News
WhatsApp Image 2023-10-04 at 17.25.00
samparksetu

ସ୍ତ୍ରୀକୁ ହାଣିଲା ସ୍ୱାମୀ !

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟାକଲା ସ୍ୱାମୀ । ଢେଙ୍କାନାଳ ସଦର ଥାନା କାଙ୍କଡପାଳ ପଞ୍ଚାୟତ ସରଖିଆ ଗାଁରେ ଘଟିଛି ଏଭଳି ଘଟଣା । ପତ୍ନୀ କଲ୍ୟାଣୀ ସ୍ୱାଇଁ(୬୦)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ହତ୍ୟାକରି ସ୍ୱାମୀ ପ୍ରତାପ ସ୍ୱାଇଁ(୬୪)ଫେରାର ହୋଇଯାଇଛି ।

ପୋଲିସ ଘର ଭିତରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ଶବ ଜବତ କରି ତଦନ୍ତ କରୁଛି । ସୋମବାର ଅପରାହ୍ନ ସାଢେ ୪ଟାରେ ପ୍ରତାପ ଓ ତାଙ୍କ ପତ୍ନୀ କଲ୍ୟାଣୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଘରୁ ଏକ ଟାଙ୍ଗିଆ ଆଣି ପତ୍ନୀଙ୍କ ବେକକୁ ଚୋଟ ପକାଇଥିଲେ । ରକ୍ତସ୍ରାବ ଘଟି ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଗିରଫ ଭୟରେ ସ୍ୱାମୀ ପ୍ରତାପ ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଶବ ଓ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଥିଲା । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ କରିଥିଲା ।

new life
You might also like
error: Content is protected !!