News
WhatsApp Image 2023-10-04 at 17.25.00
samparksetu

ଭିନ୍ନକ୍ଷମ ବ୍ୟକ୍ତିଙ୍କ ପଞ୍ଜରାକୁ ପଥର ମାଡ !

ଦୃଷ୍ଟିହିନ ବ୍ୟକ୍ତିଙ୍କ ପଞ୍ଜରାରେ ପଥର କଚାଡି ଜୀବନରୁ ମାରିଦେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ହାଇସ୍କୁଲ୍ ତଳ ସାହି ଲକ୍ଷ୍ମଣ ବେହେରା ପେଶାରେ ସେ ଜଣେ ବୁଲା ପାଉଁରୁଟି ବେପାରୀ ଓ ନିରିହ ଗରିବ ମଣିଷ ଉପରେ କାପୁରୁଷ ପଣିଆ ଦେଖେଇବା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୁଚନା ଅନୁଯାୟୀ, ଲକ୍ଷ୍ମଣ ବେହେରା ଗତ ୫ତାରିଖ ଦିନ ୧୨ଟା ସମୟରେ ଛେଳି ଚରାଇବା ସମୟରେ କୁଣ୍ଡିଗୋଡା ସାହିର ଚହଳିଆ ପରିଡ଼ା ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଆଖୁ ବିଲରେ କାହିଁ ଛେଳି ପୁରାଇଛୁ କହିଲାପରେ ,ଛେଳି କଣ ଆଖୁ ଖାଇଯିବେକି ଲକ୍ଷ୍ମଣ କହିବାରୁ ଚହଳିଆ ପରିଡ଼ା ରାଗିଯାଇ ଏକ ପଥର ଲକ୍ଷକରି ମୁଣ୍ଡକୁ କଚି ଦେବାରୁ ପଥରଟି ଖସିଯାଇ ତାଙ୍କ ଛାତିରେ ବାଜିଥିଲା ସେଠାରେ ଅଚେତ୍ ହୋଇ ଖସିପଡିଲେ।

ଚେତା ଫେରିବା ପରେ ଘୁଷୁରି ଘୁଷୁରି ଘରକୁ ଆସିଥିଲେ। ପରିବାର ଲୋକ ସଙ୍ଗେ ସଙ୍ଗେ ୧୦୮ଆମ୍ବୁଲାନ୍ସ କୁ ଯୋଗାଯୋଗ କରି କାମାକ୍ଷାନଗର ଉପଖଣ୍ଡ ଚକିତ୍ସାଳୟରେ ଭର୍ତି କରାଇଥିଲେ। ସେଠାରେ ଅଧିକ ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଇଥିଲେ। ସେପଟେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ପରିବାର ଲୋକଙ୍କୁ ଆସି ଚହଳିଆ ପରିଡ଼ା ଭୟଭୀତ କରାଇବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏ ନେଇ ଲକ୍ଷ୍ମଣଙ୍କ ପରିବାରଲୋକ ପୋଲିସ୍ କୁ ସୁରକ୍ଷା ମାଗିଛନ୍ତି ।

new life
You might also like
error: Content is protected !!