News
WhatsApp Image 2023-10-04 at 17.25.00
samparksetu

ପୋର୍ଟାଲ ତ୍ରୁଟିରୁ ସ୍କଲାରସିପ ଆବେଦନ କରିନପାରି ଶହ ଶହ ଛାତ୍ରଛାତ୍ରୀ ହଟହଟା

ଢେଙ୍କାନାଳ ଜିଲ୍ଲାରେ ଶିକ୍ଷାଲାଭ କରୁଥିବା ହଜାର ହଜାର ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଚଳିତ ବର୍ଷ ଷ୍ଟେଟ ସ୍କଲାରସିପ ପୋର୍ଟାଲରେ ଆବେଦନ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ପୋର୍ଟାଲରେକେବଳ ସରକାରୀ ଉଚ୍ଚ ମାଧ୍ୟମକି ବିଦ୍ୟାଳୟ ନାମ ଆସୁଥିବାରୁ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହଜାରହଜାର ଛାତ୍ରଛାତ୍ରୀ ଆବେଦନ କରିପାରିନଥିବାର ଜଣାପଡ଼ିଛି ।

ଢେଙ୍କାନାଳ ଜିଲ୍ଲାରେ ୪୨ଟି କଳା ଏବଂ ୩୩ଟି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି । ଚଳିତ ବର୍ଷ କଳାରେ ୭ ହଜାର ୫୨୭ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଥିବା ବେଳେ ବିଜ୍ଞାନରେ ୩ହଜାର ୨୮୦ ଓ ବାଣିଜ୍ୟରେ ୩୯୨ଜଣ ଶିକ୍ଷାଲାଭ କରୁଛନ୍ତି । ସେହିପରି ଗତ ୨୦୨୨-୨୩ରେ କଳାରେ ୭ହଜାର ୫୮୩,ବିଜ୍ଞାନରେ ୩ ହଜାର ୨୨୬ ଓ ବାଣିଜ୍ୟରେ ୪୩୩ଜଣ ଛାତ୍ରଛାତ୍ରୀ ରହିଛନ୍ତି ।ସରକାରଙ୍କ ତରଫରୁ ପ୍ରତିବର୍ଷ ମାଟ୍ରିକ ପର ଛାତ୍ରବୃତ୍ତି ପ୍ରଦାନ କରାଯାଉଛି l

ହରିଜନ,ଆଦିବାସୀ,ସାମାଜିକ ପଛୁଆ ବର୍ଗ,ବିଡି ଶ୍ରମିକ,ଶ୍ରମିକ କଲ୍ୟାଣ ସହିତ ବିଭିନ୍ନ ଯୋଜନାରେ ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ ।

ଏହି ବୃତ୍ତି ପାଇବା ପାଇଁ ଛାତ୍ରଛାତ୍ରୀ ମାନେ ଷ୍ଟେଟ ସ୍କୋଲାରସିପ ପୋର୍ଟାଲ ମାଧ୍ୟମରେ ଅନଲାଇନ ଆବେଦନ କରିଥାନ୍ତି । ଚଳିତବର୍ଷ ଦୀର୍ଘଦିନ ହେବ ଛାତ୍ରଛାତ୍ରୀଙ୍କୁ ରିନୁଆଲ ଏବଂ ନୂତନ ସ୍କଲାରସିପ ଆବେଦନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଚଳିତମାସ ୨୦ ତାରିଖ ଆବେଦନର ଶେଷ ତାରିଖ ରହିଛି । କିନ୍ତୁ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ କମନ ସର୍ଭିସ ସେଣ୍ଟରକୁ ଆବେଦନ କରିବାକୁ ଯାଉଥିବା ବେଳେ ସେମାନେ ବିଫଳ ହେଉଛନ୍ତି ।

ଛାତ୍ରଛାତ୍ରୀ ମାନେ ନାମ ପଞ୍ଜିକରଣ କରିବା ପରେ ଛାତ୍ରମାନେ ସେମାନଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାମ ପାଉନଥିବାର ଅଭିଯୋଗ ହୋଇଛି । ପଞ୍ଜିକରଣ। ପରେ ଏହି ପୋର୍ଟାଲରେ କେବଳ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର ନାମ ଦର୍ଶାଉଥିବା ବେଳେ ଜିଲ୍ଲାରେ ଥିବା କୌଣସି ଅନୁଦାନ ପ୍ରାପ୍ତ ଘରୋଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ନାମ ଆସୁନାହିଁ । ଫଳରେ ଛାତ୍ରଛାତ୍ରୀ ମାନେ ନିରାଶ ହୋଇପଡୁଛନ୍ତି । କମନ ସର୍ଭିସ ସେଣ୍ଟର ତରଫରୁ ଏବଂ ଛାତ୍ରଛାତ୍ରୀ ମାନେ ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କଲେ ସୁଦ୍ଧା ସେମାନେ କୌଣସି ଉତ୍ତର ଦେଇପାରୁନଥିବାର ଜଣାପଡିଛି ।

ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଜଣାଇଲେ ମଧ୍ୟ ତାହା ସଠିକ ହୋଇପାରୁ ନଥିବାର ଜଣାପଡିଛି । ଆବଦେନ କରିବାର ଶେଷ ତାରିଖ ଯେତିକି ପାଖୋଉଛି ଛାତ୍ରଛାତ୍ରୀମାନେ ସେତିକି ନିରାଶ ହୋଇପଡୁଛନ୍ତି । ଅନଲାଇନ ମାଧ୍ୟମରେ ତୁରନ୍ତ ଏହାର ତୃଟିକୁ ସଜାଡିବା ସହିତ ଆବେଦନ ତାରିଖକୁ ବୃଦ୍ଧି କରିବା ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି । ନଚେତ ଜିଲ୍ଲାରେ ଥିବା ଶହ ଶହ ମେଧାବୀ ଏବଂ ଗରୀବ ଛାତ୍ରଛାତ୍ରୀ ମାନେ ସରକାରଙ୍କ ଛାତ୍ରବୃତ୍ତି ପାଇବାରୁ ବଂଚିତ ହେବେ ବୋଲି ଅଭିଭାବକ ମାନେ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!