News
WhatsApp Image 2023-10-04 at 17.25.00
samparksetu

ଡାକସେବକ ସଂଘ ପକ୍ଷରୁ ଧର୍ମଘଟ ଜାରି

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ହିଦୋଳ ରୋଡ ବଜାର ମଧ୍ୟରେ ଥିବା ପୋଷ୍ଟଅଫିସ ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘ ପକ୍ଷରୁ ଗତ 12/12/23ରୁ ଆରମ୍ଭ ହୋଇଥିବା ଧର୍ମଘଟ ଜାରି ରହିଛି ।

ଫଳରେ ପୋଷ୍ଟଅଫିସରେ ଡାକସେବା ବାଧାପ୍ରାପ୍ତ ହୋଇଥିଵା ଦେଖିବାକୁ ମିଳିଛି । ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ଓ ଜାତୀୟ ଗ୍ରାମୀଣ ଡାକ ସେବକ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ କ୍ରମେ ସାରା ଦେଶରେ ଗ୍ରାମୀଣ ଡାକ ସେବକ ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି। ହିଦୋଳ ରୋଡ ସବ୍ ପୋଷ୍ଟ ଅଫିସ ର କର୍ମଚାରୀଙ୍କ ସହିତ ଏହା ଅଧିନରେ ଥିବା ୯ ଗୋଟି ଶାଖା ପୋଷ୍ଟ ଅଫିସ ରେ କାର୍ଯ୍ୟରତ କର୍ମଚାରୀ ମାନେ ପୋଷ୍ଟ ଅଫିସ ସମ୍ମୁଖରେ ଧାରଣା ଦେଇ ସେମାନଙ୍କର ଦାବି ପୂରଣ କରିବା ନିମନ୍ତେ ଦାବି କରି ସ୍ଲୋଗାନ ମାନ ଦେଇଥିଲେ ।

ଯାହା ଫଳରେ ପୋଷ୍ଟ ଅଫିସ ରେ ଡାକସେବା ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । ସେମାନଙ୍କର ଦାବି ପୂରଣ ନ ହେଵା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଆଦୋଳନକାରି କହିଛନ୍ତି।

new life
You might also like
error: Content is protected !!