News
WhatsApp Image 2023-10-04 at 17.25.00
samparksetu

ଯୁବକଙ୍କ ମୃତ୍ୟୁଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ଝିଅ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅଂଚଳରେ ପାଇଖାନାରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଖବରରୁ ପ୍ରକାଶ ଯେ , ହିନ୍ଦୋଳ ବ୍ଲକ ଦୁଦୁରକୁଟ ପଂଚାୟତର ଶଙ୍କର୍ଷଣ ନାଏକଙ୍କ ପୁଅ ଦୁଷ୍ମନ୍ତ ନାଏକ(୪୮) ହିନ୍ଦୋଳ ଥାନା ବାଗଧରିଆ ବାଘୁଆସାହିର ମାମି ନାଏକଙ୍କୁ ବହୁବର୍ଷ ତଳେ ବିବାହ କରିଥିଲେ ।ତାଙ୍କର ଦୁଇ ପୁଅ ଓ ଜଣେ ବିବାହିତା ଝିଅ ମଧ୍ୟ ଅଛନ୍ତି । ଆଜି ଦୁଷ୍ମନ୍ତଙ୍କ ମୃତଶରୀର ତାଙ୍କ ଶଶୁର ଘର ପାଇଖାନାରେ ସନ୍ଦେହ ଜନକ ଅବସ୍ଥାରେ ଦେଖିବାକୁ ପାଇ ହିନ୍ଦୋଳ ଥାନାକୁ ଖବର ଦେବାରେ ହିନ୍ଦୋଳ ପୋଲିସ ଶବ ଜବତକରି ବ୍ୟବଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନା ପଠାଇ ଦେଇଛି ।

ଏହି ସମ୍ପର୍କରେ ମୃତ ଦୁଷ୍ମନ୍ତଙ୍କ ବିବାହିତା ଝିଅ ଶୁଭଲଷ୍ମୀ ନାଏକ ହିନ୍ଦୋଳ ଥାନାରେ ମା ମାମି ନାଏକ ନାମରେ ହତ୍ୟା ଅଭିଯୋଗ ଆଣି ଏତଲା ଦେଇଛନ୍ତି କି, ତାଙ୍କ ମା ର ଦୁଦୁରକୁଟ ର କୈଳାଶ ପରିଡାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ଯାହା ଫଳରେ ତାଙ୍କ ବାପା ଦୁଷ୍ମନ୍ତ ଓ ମା ମାମି ମଧ୍ୟରେ ସଦାସର୍ବଦା ଝଗଡା କଳହ ଲାଗି ପରିବାରରେ ଅଶାନ୍ତି ସୃଷ୍ଟି ହେଉଥିଲା ଏବଂ ଏହି ଅନୈତିକ ସମ୍ପର୍କକୁ ନେଇ ଦୁଷ୍ମନ୍ତଙ୍କୁ କୈଳାଶ ପରିଡା ମାରପିଟ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଉଥିଲା ।

ସେଥିପାଇଁ ଥାନାରେ ଦୁଷ୍ମନ୍ତ ଆଗରୁ ଅଭିଯୋଗ ମଧ୍ୟ କରିଥିଲେ ଏବଂ ମାମି ନାଏକ ନିଜ ବାପା ଙ୍କ ଘରକୁ ପଳାଇ ଆସି ରହୁଥିଲେ ।ଚେନ୍ନାଇରେ କାମ କରୁଥିବା ଦୁଷ୍ମନ୍ତ ଘରକୁ ଆସି ତାଙ୍କ ସ୍ତ୍ରୀ ମାମି ନାଏକଙ୍କୁ ଆଣିବାକୁ ଶଶୁର ଘର ଯାଇଥିବା ବେଳେ ଏହି କଥାକୁ ନେଇ ଝଗଡା ହୋଇଥିଲା ମାତ୍ର କୈଳାଶ ପରିଡାକୁ ସମର୍ଥନ କରୁଥିବା ଶୁଭଲଷ୍ମୀ ଙ୍କ ମାମୁଁ ମାନସ ନାଏକ , ମାଇଁ ରଶ୍ମି ନାଏକ ଓ କୈଳାଶ ପରିଡା ମିଶି ତାଙ୍କ ବାପା ଦୁଷ୍ମନ୍ତ ନାଏକଙ୍କୁ ହତ୍ୟା କରି ମାମୁଁଙ୍କ ପାଇଖାନାରେ ଗତକାଲି ରାତିରେ ପକାଇ ଦେଇଥିଲେ ବୋଲି ଶୁଭଲଷ୍ମୀ ହିନ୍ଦୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ହିନ୍ଦୋଳ ଥାନା ଅଧିକାରିଣୀ ଚାରୁଲତା ବେହେରା ଦୁଷ୍ମନ୍ତଙ୍କ ଝିଅ ଶୁଭଲଷ୍ମୀ ଙ୍କ ଏତଲା ଆଧାରରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ଏବଂ ଶବ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!