News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନ ଅନ୍ତର୍ଗତ ଆଙ୍କୁର୍ଦା ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ଏକ ଦନ୍ତା ହାତୀ ଆକ୍ରମଣ ଦ୍ୱାରା ଜଣଙ୍କ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି ।

ସୂଚନା ଅନୁଯାୟୀ , ଷଡ଼ଙ୍ଗୀ ରେଞ୍ଜ ଅଧୀନ ଉକ୍ତ ଆଙ୍କୁର୍ଦା ଗ୍ରାମର ଅଦୈତ ସ୍ୱାଇଁ (୬୦) ଆଜି ସନ୍ଧ୍ୟା ସମୟରେ ତାଙ୍କ ଗ୍ରାମର ଦେହୁରୀ ସାହିକୁ ନିଜର ଅମଳ ଧାନ ଶସ୍ୟର ବେଙ୍ଗଳା ପାଇଁ ମୁଲିଆ ବୁଝିବାକୁ ଯାଇ । ସନ୍ଧ୍ୟା ସମୟରେ ନିଜର ଘରକୁ ଫେରୁଥିବା ସମୟରେ ଗ୍ରାମ ପାଖରେ ଥିବା ଖେଳ ପଡିଆ ଠାରେ ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ ଯାହା ଫଳରେ ଉକ୍ତ ଦନ୍ତା ତାଙ୍କର ମୁହଁ କୁ ପାଦରେ ଦଳି ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।ସେହି ସମୟରେ ଉକ୍ତ ବାଟ ଦେଇ କିଛି ଗ୍ରାମବାସୀ ଫେରୁଥିଲେ । ସେଠାରେ ମୃତ ଅଦୈତ ଙ୍କର ମୃତ ଦେହ ଦେଖି ଗ୍ରାମରେ ଜଣାଇ ଥିଲେ ଖବର ପାଇ ଗଁଦିଆ ପୋଲିସ ଓ ଷଡ଼ଙ୍ଗୀ ରେଞ୍ଜ ଅଧିକାରୀ ଘଟଣା ସ୍ଥଳରେ ପହଁଚି ଥିଲେ ଆଜି ମୃତକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଯାଇଛି । ଆସନ୍ତା କାଲି ମୃତଙ୍କର ଶବ ବ୍ୟବଛେଦ କରାଯିବ ।

new life
You might also like
error: Content is protected !!