News
WhatsApp Image 2023-10-04 at 17.25.00
samparksetu

ପଥର ମାଫିଆଙ୍କ ଚରା ଭୂଇଁ ଗଁଦିଆ ତହସିଲ, ତଳୁ ଉପରୁ ସମସ୍ତେ ମାଲେମାଲ !

ଇଟାଭାଟି ଦୁର୍ନୀତି ପରେ ମଧ୍ୟ ସୁଧୁରୁନି ରାଜସ୍ୱ ବିଭାଗ, ଜିଲ୍ଲାର ଖଣିଜ ଲୁଟ୍ କରିବାରେ ସାହାଯ୍ୟ କରି ମାଲେମାଲ ହେଉଛନ୍ତି ସରକାରୀ ବାବୁ । ଏପଟେ ବାବୁଙ୍କ ସହମତି ପାଇ ମନଇଚ୍ଛା ପଥର କାଟିନେଉଛନ୍ତି ମାଫିଆ । ଦିନ ଦୁପହରେ ମଧ୍ୟ ରହୁନି ଡର । ଦିନ ଦୁଇପହରେ ମଧ୍ୟ ଚାଲିଛି ବେଧଡ଼କ ବେ ଆଇନ ପଥର ଚାଲାଣ ।


ମିଳିଥିବା ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲ ଅନ୍ତର୍ଗତ ବରପଦା ଓ ଶ୍ରୀରାମଚନ୍ଦ୍ରପୁର ରାଜସ୍ୱ ମୌଜା ରେ ଥିବା ପଥର ଖଣିରୁ ପ୍ରତ୍ୟେକ ଦିନ ପ୍ରାୟ ଶହଶହ ଟ୍ରିପ ବେଆଇନ ଭାବେ ପଥର ଚାଲାଣ ହେଉଛି । କଟର ମେସିନ ଏବଂ ସହସହ ଟ୍ରକ୍ ଯାତାୟାତ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଦୂଷିତ ବାତା ବରଣ ସୃଷ୍ଟି ହେଉଛି । ସ୍ଥାନୀୟ ବାସୀଙ୍କ ଅଭିଯୋଗ ଅନୁଯାୟୀ ଏତେ ସଂଖ୍ୟକ ବଡ଼ବଡ଼ ଟ୍ରକ୍ ଏପଟେ ବେଆଇନ ଭାବେ ଯାତାୟାତ କରୁଥିବା ଏବଂ କଟରମେସିନ ଦିନ ଦୁଇପହରେ କାର୍ଯ୍ୟ କରୁଥିବା ବେଳେ ତହସିଲ ଅଧିକାରୀ ଓ କର୍ମଚାରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ତେଣୁ ସିଧା ସଳଖ ଭାବେ ସରକାରୀ ବାବୁ ମାନେ ମାଫିଆଙ୍କୁ ସହଯୋଗ କରୁଛନ୍ତି । ଅନ୍ୟପଟେ ସ୍ଥାନୀୟ ପରିବହନ ବିଭାଗ ଦୁଇଚକିଆ ଯାନରେ ହେଲମେଟ ଚେକିଂ କରୁଥିବା ବେଳେ ସେହି ରାସ୍ତାରେ ଶହଶହ ବେଆଇନ ପଥର ବୋଝେଇ ଟ୍ରକ୍ ଯାତାୟାତ ସମୟରେ କୌଣସି ପରମିଟ ଚେକିଂ କରୁ ନାହାନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରୁ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

new life
You might also like
error: Content is protected !!