News
WhatsApp Image 2023-10-04 at 17.25.00
samparksetu

ପୌରପ୍ରଶାସନ ର ଅପାରଗତା ହେତୁ ହନ୍ତସନ୍ତ ହେଉଛନ୍ତି ଢେଙ୍କାନାଳ ବାସୀ, ସଚେତନତା ବଦଳରେ ଚାଲାଣ କାଟିବାରେ ବ୍ୟସ୍ତ ପୋଲିସ୍

ଢେଙ୍କାନାଳ ବାସୀଙ୍କ ମୁଣ୍ଡକୁ ବ୍ୟଥାର କାରଣ ହେଉଛି ସହର ବୁଲା, ପଥଚାରୀ ଙ୍କ ପାଇଁ ନାହିଁ ଫୁଟପାଥ୍ , ଦୁଇଚକିଆ ନେବା ବଡ଼ କଷ୍ଟ , ଚାରି ଚକିଆ ନନେବାହିଁ ଭଲ । ପକଳ୍ପ ପରେ ପ୍ରକଳ୍ପର ଉଦଘାଟନ ହୋଇ ଚାଲିଥିବା ବେଳେ ଅଟକି ରହିଛି ସହରର ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା । ବିଭିନ୍ନ ସର୍ଭେ ସହ ମାପଚୁପରେ ବର୍ଷବର୍ଷ ବିତିଯାଇଥିଲେ ମଧ୍ୟ କାମରେ କୌଣସି ପ୍ରଗତିଶୀଳ ହେବା ଦେଖାଦେଉନାହିଁ । ଜବରଦଖଲ କବଳରେ ସାରା ସହର ହୋଇଥିବା ବେଳେ ପ୍ରଶାସନ କୌଣସି ପଦକ୍ଷେପ ନ ନେବା ଆଶ୍ଚର୍ଯ୍ୟ ର ବିଷୟ ପାଲଟିଛି । ଅନ୍ୟପଟେ ପୌରପାଳିକା ମଧ୍ୟ କୌଣସି ପଦକ୍ଷେପ ନ ନେଇ ବସିଥିବା ବେଳେ ଭୋଟ ବ୍ୟାଙ୍କିଙ୍ଗ ଭୟରେ କୌଣସି ପ୍ରଶସ୍ତିକରଣ କାର୍ଯ୍ୟ ନ ହେଉନଥିବା ସହର ସାରା ହୁରି।

ମାତ୍ରାଧିକ ଭୋଟଦେଇ ବିଜୟ ଲାଭ କରିଥିବା ଜନ ପ୍ରତିନିଧି ଙ୍କ ମଧ୍ୟ କୌଣସି ଆନ୍ତରିକତା ନଥିବା ମତ ରଖିଛନ୍ତି ବୁଦ୍ଧିଜୀବୀ, ନଚେତ ଏହି ପ୍ରକଳ୍ପ ବର୍ଷବର୍ଷ ଧରି ପଡି ନଥାନ୍ତା ବୋଲି କହିଛନ୍ତି । ନା ଅଛି ପାର୍କିଙ୍ଗ ବ୍ୟବସ୍ଥା ନା ଅଛି ପ୍ରଶସ୍ତ ରାସ୍ତା ସେହି ଭିତରେ ସଚେତନତା କରିବା ବଦଳରେ ଚାଲାଣ କାଟିବାରେ ବ୍ୟସ୍ତ ପୋଲିସ । ଗୋଟିଏ ମିନିଟ ଗାଡି ରଖି ଓଲ୍ହାଉଥିଲେ ମଧ୍ୟ ସେହି ଭିତରେ ଚାଲାଣ କଟିଯାଉଥିବା ଅଭିଯୋଗ ଆଣିଛନ୍ତି ଚାଳକ । ମେଡିକାଲ ରାସ୍ତା ହେଉ ବା ହେଉ ମହାବିର ବଜାର ଛକ କୌଣସି ରାସ୍ତାରେ ପ୍ରଶସ୍ତିକରଣ କାର୍ଯ୍ୟ ହେଉନଥିବା ବେଳେ ଶୋଭାଯାତ୍ରା କିମ୍ବା ପର୍ବ ପର୍ବାଣି ସମୟରେ ଅଣାୟତ ହେଉଛନ୍ତି ସହର ବାସୀ । ଅନ୍ୟପଟେ ସହର ଭିତରେ ପାର୍କିଂ ବ୍ୟବସ୍ଥା ନଥାଇ ମଧ୍ୟ ବିଭିନ୍ନ ମଲ୍ କୁ ଅନୁମୋଦନ ମିଳିଯାଉଥିବା ଭିତିରି କାରବାରକୁ ପଦାରେ ପକାଇଦେଉଛି ।

ଏହି ସବୁ ଅବ୍ୟବସ୍ଥା ଭିତରେ ଝଞ୍ଜି ହେଉଛନ୍ତି ସହରବାସୀ । ତେବେ ଏ ଉନ୍ନତି ରେ କିଏ ବାଧକ କିମ୍ବା କାହା ଚାପରେ ପୌରପାଳିକା ଚେପା ଏ ଆଲୋଚନା ଛାଡି ସହରର ସର୍ବାଙ୍ଗୀନ ଉନ୍ନତି ହେବା ଆବଶ୍ୟକ ବୋଲି ମତ ରଖିଛନ୍ତି ଢେଙ୍କାନାଳ ର ବରିଷ୍ଠ ନାଗରିକ ।

new life
You might also like
error: Content is protected !!