News
WhatsApp Image 2023-10-04 at 17.25.00
samparksetu

ବିରାଶାଳ ବିମାନ ପାଇଲଟ ଟ୍ରେନିଂ ଆକାଶଛୁଆଁ ;୪୩ ଲକ୍ଷ ଟ୍ରେନିଂ ଫି ,ଓଡିଶା ପିଲାଙ୍କ ପାଇଁ ପାଇଲଟ ହେବା ସ୍ୱପ୍ନ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବିରାଶାଳ ବିମାନ ପ୍ରଶିକ୍ଷଣ କେନ୍ଦ୍ର ବିମାନ ପାଇଲଟ ଟ୍ରେନିଂ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । କିନ୍ତୁ ତାଲିମ ପାଇଁ ଯେଉଁ କୋର୍ସଫି ରହିଛି ତାହା ଓଡିଶା ପିଲାମାନଙ୍କ ପାଇଁ ପାଇଲଟ ହେବାର ସ୍ୱପ୍ନକୁ ଧୂଳିସାତ କରିଦେଉଛି । ଏପରିକି ଢେଙ୍କାନାଳରେ ଟ୍ରେନିଂ ସେଣ୍ଟର ଥାଇ ମଧ୍ୟ ପାଇଲଟ ହେବାର ସ୍ପପ୍ନ ମିଳାଇ ଯାଉଛି ।

ଢେଙ୍କାନାଳ କାମାକ୍ଷାନଗର ଉପଖଣ୍ଡ କଙ୍କଡାହାଡ ବିରାଶାଳ ବିମାନ ଘାଟିରେ ଭୁବନେଶ୍ୱରର ଗତି ନାମକ ଏକ ଘରୋଇ ବିମାନ ପ୍ରଶିକ୍ଷଣ ସଂସ୍ଥା ବିମାନ ପାଇଲଟ ହେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନକରୁଥିଲା ।ଏହି ବିମାନ ବନ୍ଦରଟି ଗତ ୨୦୧୯ ମସିହା ମେ ମାସରେ ବେସାମରିକ ବିମାନ ମନ୍ତ୍ରଣାଳୟ ପକ୍ଷରୁ ବିମାନ ପ୍ରଶିକ୍ଷଣ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧର ସ୍ମାରକୀ ବହନ କରୁଥିବା ବିରାଶାଳ ବିମାନ ବନ୍ଦର ୧୯୪୪-୪୫ ମସିହାରେ ବ୍ୟବହାର କରାଯାଇଥିବା ବେଳେ ଦୀର୍ଘ ଦିନ ଅବହେଳିତ ହୋଇ ପଡିରହିଥିଲା । ବହୁ ଦାବୀ ପରେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଥିଲେ ।

ବିରାଶାଳ ଠାରେ ପ୍ରାୟ ୫୬ ଏକର ଜମିରେ ଅବସ୍ଥିତ ଏହି ଏଆରଷ୍ଟ୍ରିପ୍ ଇତିହାସର ସ୍ମାରକୀ ଭାବରେ ରହିଥିବା ବେଳେ ୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୨୦୧୩ ମସିହାରେ ନବାଗତ ମାନଙ୍କ ପ୍ରଶିକ୍ଷଣ ବିମାନ ଓହ୍ଲାଇବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ଏହି ବିମାନ ବନ୍ଦରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ,ରାଜୀବ ଗାନ୍ଧୀଙ୍କ ସମେତ ଓଡିଶାର ଲୋକପ୍ରୀୟ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକ ଓହ୍ଲାଇଥିଲେ ।ଏହି ବିମାନ ବନ୍ଦରଟି ୨୦୧୯ ମସିହା ମଇ ୮ତାରିଖରୁ ଘରୋଇ ବିମାନ ପ୍ରଶିକ୍ଷଣ କେନ୍ଦ୍ରଭାବରେ କାର୍ଯ୍ୟକାରି ଆସୁଛି ।ଏହି କେନ୍ଦ୍ରକୁ ଏକ ସ୍ୱତନ୍ତ୍ର ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି ।

କିନ୍ତୁ ଓଡିଶା ପିଲମାନଙ୍କ ପାଇଁ ପାଇଲଟ ହେବାର ଆଶା ଏଠାରେ ନିରାଶ ପାଲଟିଯାଇଛି । କେନ୍ଦ୍ର ବିମାନ ଚଳାଚଳ ଏବଂ ଓଡିଶା ସରକାରଙ୍କ ଖର୍ଚ୍ଚରେ ତାଲିମ ପ୍ରଦାନ କରାଯାଉଥିବା ବେଳେ ପାଇଲଟ ପାଇଁ ପ୍ରାୟ ୪୯ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଏଭଳି ସ୍ଥଳରେ ଓଡିଶା ପିଲାମାନେ ନିରୁତ୍ସାହିତ ହୋଇପଡୁଛନ୍ତି । ଓଡିଶା ଏବଂ ଢେଙ୍କାନାଳ ପିଲାମାନଙ୍କ ପାଇଁ କୌଣସି ବିଶେଷ ସୁବିଧା ନଥିବାରୁ ବିଭିନ୍ନ ମହଲରେ ଆଲୋଚନା ହେଉଛି । ଜଣାପଡିଛି ଯେ ଦେଶ ସବୁଠାରୁ ଲୋକପ୍ରୀୟ ବିମାନ ପାଇଲଟ ଟ୍ରେନିଂ କେନ୍ଦ୍ର ଭାବରେ ଇନ୍ଦିରାଗାନ୍ଧୀ ରାଷ୍ଟ୍ରିୟ ଉଡାନ ଏକାଡେମୀ ରେ ଫିସ ୩୮ଲକ୍ଷ ରହିଥିବା ବେଳେ ଚେନାଇର ପିଟିସି ଏଭିଏସନରେ ୨୦ଲକ୍ଷ,ମୁମ୍ବାଇ ଫାଇକ୍ଲବରେ ୩୪ଲକ୍ଷ ଟଙ୍କା ରହିଥିବା ବେଳେ ରାଜୀବ ଗାନ୍ଧୀ ଏଭିଏସନ ଏକାଡେମୀରେ ୨୦ଲକ୍ଷ ଟଙ୍କା ରହିଥିବାର ଜଣାପଡିଛି । ଏହି ସ୍ଥାନରେ ବିହାରରେ ମାତ୍ର ୧୩ଲକ୍ଷ ଟଙ୍କା ବିହାର ପିଲାମାନଙ୍କ ପାଇଁ ରହିଛି ।ସେହିପରି ପୁନେରେ ୫.୬୯ଲକ୍ଷ ଏବଂ ମହୀଶୁରରେ ୯ଲକ୍ଷ ୫୦ ହଜାର ଟଙ୍କା ତାଲିମ ଫିସ ରହିଛି ।ସେହିପରି ଓଡିଶା ଢେଙ୍କାନାଳରେଥିବା ବିରାଶାଳ ଏୟାରଷ୍ଟ୍ରିପ ତାଲିମ କେନ୍ଦ୍ରରେ ସର୍ବାଧିକ କୋର୍ସ ଫି ରହିଛି । ସେହିପରି ସିଙ୍ଗଲ ଏବଂ ଡବଲ ଇଞ୍ଜିନ ତାଲମ ପାଇଁ ମଧ୍ୟ ଏଠାରେ ଅଧିକ ଫିସ ରହିଛି । ସରକାର ଏକ ଘରୋଇ କମ୍ପାନୀକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେଉଥିବା ବେଳେ ଘରୋଇ କମ୍ପାନୀ ଓଡିଶାର ପିଲାମାନଙ୍କ ପାଇଁ କୌଣସି ବିଶେଷ ସୁବିଧା ଦେଉନଥିବାର ଅଭିଯୋଗ ହେଉଛି ।

ପ୍ରକାଶ ଥାଉକି ଏହି କେନ୍ଦ୍ରରେ ବାରମ୍ବାର ଅଘଟଣ ଘଟିବାର ନଜିର ରହିଛି ।ସେସନା ୧୫୨ଭିଟି-ଇଏନଏଫ ଭରିବା ପରେ ତୃତୀୟ ରାଉଣ୍ଡ ପାଇଁ ଭୁମୀକୁ ସ୍ପର୍ଶକରିବା ସହ ୩୦ଫୁଟ ଉଚ୍ଚତାକୁ ଉଡିବା ମାତ୍ରେ ହଠାତ୍ ତଳକୁ ଖସିପଡିଥିଲା । ଫଳରେ ବିମାନରେ ଥିବା ପ୍ରଶିକ୍ଷକ ତଥା କ୍ୟାପେଟନ ବିହାରର ସଞ୍ଜିବ କୁମାର ଝା ଏବଂ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ତାମିଲନାଡୁର ଅନିଶା ଫତିମା ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଲିମ ଶେଷ ହୋଇଥିଲେ ଅନିଶାଙ୍କ ପାଇଲଟ ହେବାର ସ୍ୱପ୍ନ ପୂରଣ ହେବା ସହିତ ଲାଇସେନ୍ସ ପ୍ରଦାନ କରାଯାଇଥାନ୍ତା ।

new life
You might also like
error: Content is protected !!