News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ରହିଛନ୍ତି ୯୫୯୫୧୪ ଜଣ ମତଦାତା

ଢେଙ୍କାନାଳ ଜିଲ୍ଲାରେ ମାତଦାତାଙ୍କ ସଂଖ୍ୟା ୯୫୯୫୧୪ ରେ ପହଁଚିଛି l ସେଥି ମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୪୯୫୬୫୬ଜଣ ଥିବାବେଳେ ମହିଳା ମାତଦାତାଙ୍କ ସଂଖ୍ୟା ୪୬୩୭୦୬ ଜଣ ରହିଛନ୍ତି l ଜିଲ୍ଲାରେ ପ୍ରତି ୧୦୦୦ ଜଣ ପୁରୁଷଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୯୩୬ ରହିଛି l

୧୮ ବର୍ଷ ରୁ ୧୯ ବର୍ଷ ବୟସ୍କ ମତଦାତାଙ୍କ ସଂଖ୍ୟା ୧୮୦୨୧ ରହିଥିବାବେଳେ ୮୦ ବର୍ଷ ଏବଂ ତାଠୁ ଅଧିକ ବୟସ୍କ ମତଦାତାଙ୍କ ସଂଖ୍ୟା ୨୩୮୪୨ ଜଣ ରହିଛି l ଏହା ସହିତ ଜିଲ୍ଲାରେ ୭୨ ଜଣ ଟ୍ରାନ୍ସଜେଣ୍ଡର ମତଦାତା ରହିଛନ୍ତି l ଏହାସହିତ ସମସ୍ତ ୧୦୦ ପ୍ରତିଶତ ମତଦାତାଙ୍କ ଭୋଟର ତାଲିକାରେ ଫୋଟୋ ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ କହିଛନ୍ତି l ଏହା ସହିତ ଭୋଟର ତାଲିକାକୁ ସ୍ୱଚ୍ଛ ଏବଂ ତୃଟିଶୂନ୍ୟ କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି l ଏହି ତାଲିକା ପ୍ରକାଶ କାର୍ଯ୍ୟକ୍ରମରେ ଜିଲ୍ଲାର ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ l

new life
You might also like
error: Content is protected !!