News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ବନଖଣ୍ଡରେ ପକ୍ଷୀ ଗଣନା, ୫୧ ପ୍ରଜାତିର ପକ୍ଷୀ ଠାବ

ଢେଙ୍କାନାଳରେ ଜଳଚର ପକ୍ଷୀ ଗଣନା ଅରମ୍ଭ, ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ତତ୍ୱାବଧାନରେ ୮ଟି ବନାଞ୍ଚଳ ରେ ହେଲା ଗଣନା ଓୟୁଏଟି ସହ ବିଭିନ୍ନ ଫରେଷ୍ଟ୍ରି ମହାବିଦ୍ୟାଳୟର ୧୨ ହେଲେ ସାମିଲ । ୫୧ ପ୍ରକାରର ବିଭିନ୍ନ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିବା ବେକେ ଗତକାଲି ସୁଦ୍ଧା ୬୬୧୫ ଟି ପକ୍ଷୀଙ୍କ ଆଗମନ ହୋଇଥିବା ସୂଚନା ମିଳିଛି।

ଶୀତର ପ୍ରକୋପ ଜାରି ରହିଥିବା ବେଳେ ଆନ୍ତଃପ୍ରବାସୀ ପକ୍ଷୀଙ୍କ ଆଗମନ ହୋଇଛି । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟର ଜାନୁଆରୀ ମାସରେ ବନ ବିଭାଗ ପକ୍ଷରୁ ଜଳଚରପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କରଙ୍କ ନିର୍ଦ୍ଦେଶ କ୍ରମେ ୮ଟି ରେଞ୍ଜ ରେ ଏହା ଆରମ୍ଭ ହୋଇଥିବା ବେଳେ ବନାଞ୍ଚଳ କର୍ମଚାରୀ ସହ ଫରେଷ୍ଟ୍ରି ଏବଂ ଓୟୁଏଟି ର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ବନଖଣ୍ଡ ରେ ଥିବା ୪୨ ଟି ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା ହୋଇଥିବା ବେଳେ ଏଥିରେ ଜିଲ୍ଲାର କିଛି ନଦୀ, ପୋଖରୀ ମଧ୍ୟ ସାମିଲ ରହିଛି । ତେବେ ଏ ନେଇ ୯ ଜାନୁଆରୀ ଦିନ ଏକ ତାଲିମ ଶିବିରର ଆୟୋଜନ କରାଯାଇଥିଲା, ଏଥିରେ ଇ- ବାର୍ଡ ଆପ୍ ର ସହାୟତା ଟ୍ରେନିଙ୍ଗ ଦେବା ସହ ପକ୍ଷୀଗଣନା କାର୍ଯ୍ୟ କିପରି ସୁଚାରୁ ରୁପେ ହୋଇପାରିବ ତାହା ତାଲିମ ଦିଆଯାଇଥିଲା ପରିଶେଷରେ ଶିବିରରେ ଦୂର ବିକ୍ଷଣ ଯନ୍ତ୍ର ପ୍ରଦାନ କରାଯାଇଥିଲା ।

new life
You might also like
error: Content is protected !!