News
WhatsApp Image 2023-10-04 at 17.25.00
samparksetu

ନାବାଳକ ମୃତ୍ୟୁକୁ ବର୍ଷେ ପୁରିଲା ,ଅଭିଯୁକ୍ତକୁ ଗିରଫ କରିବାକୁ ଦାବି

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କାଣ୍ଡବିନ୍ଧା ଗ୍ରାମର ଜନୈକ ନାବାଳକକୁ ପିଟି ପିଟି ମାରିଦେବା ଘଟଣାରେ ପୋଲିସ ଅଭିଯୋଗ ଗ୍ରହଣ କରିନଥିଲା । ଘଟଣାରେ ଜଡିତ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରାଯାଇଛି ।

ସଦର ଥାନା କାଣ୍ଡବିନ୍ଧା ଗ୍ରାମର ଶ୍ରୀନାଦ ପାତ୍ରଙ୍କ ଅଭିଯୋଗ ଅନୁସାରେ ଗତ ୨୦୨୨ ମସିହା ନଭେମ୍ବର ୨୬ ତାରିଖ ଦିନ କାଣ୍ଡବିନ୍ଧା ଗ୍ରାମର ଦିବ୍ୟସିଂହ ରାଉତଙ୍କ ପୁଅ ରୋହିତ କୁମାର ରାଉତ ସକାଳ ୯ଟା ସମୟରେ ତାଙ୍କ ପୁଅ ପ୍ରକାଶ ପାତ୍ର ଏବଂ ତାର ସାଙ୍ଗକୁ ପାଇପ କାଟିବାକୁ ନେଇ ଭୀଷଣ ମାଡ ମାରିଥିଲେ ।

ପ୍ରକାଶ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ତାର ମୁଣ୍ଡକୁ କଂକ୍ରିଟ ରାସ୍ତାରେ ଅତି ନିର୍ମମ ଭାବରେ ପିଟିବା ଯୋଗୁ ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକ ତାକୁ ଢେଙ୍କାନାଳ ଏବଂ ସେଠାରୁ କଟକ ନେଇଥିବା ବେଳେ ସେଠାରେ ନଭେମ୍ବର ୩୦ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ଶ୍ରୀନାଦ ସଦର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ଥାନାଧିକାରୀ ଅଭିଯୋଗ ଗ୍ରହଣ ନକରିବାରୁ ସେ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସେ ୨୦୨୩ ମସିହା ଏପ୍ରିଲ ୨୫ ତାରିଖରେ ଥାନାରେ ଅଭିଯୋଗ କରିବା ପରେ ଥାନା ପକ୍ଷରୁ ମାମଲା ରୁଜ୍ଜୁ କରାଯାଇଥିଲା । କିନ୍ତୁ ଘଟଣାକୁ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ଦୋଷୀକୁ ଗିରଫ କରାଯାଇନାହିଁ । ଏହାକୁ ନେଇ ଶ୍ରୀନାଦ ଜିଲ୍ଲାପାଳଙ୍କ । ହେବା ସହିତ ତୁରନ୍ତ ଦୋଷୀକୁ ଗିରଫ କରିବାକୁ ଦାବି କରିଛନ୍ତି ।

new life
You might also like
error: Content is protected !!