News
WhatsApp Image 2023-10-04 at 17.25.00
samparksetu

ମହିଳାଙ୍କୁ ଆକ୍ରମଣ , ଥାନାରେ ଏତଲା

ଭୁବନ ଏନ୍ ଏ ସି ରେ ମହିଳାଙ୍କୁ କରାଯାଇଛି ମରଣାନ୍ତକ ଆକ୍ରମଣ। ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ଭୁବନ ଏନଏସି ଓ୍ବାର୍ଡ ନମ୍ବର ୩ରେ ଗୋପାଳ ସାହି ନିକଟରେ।

ସୂଚନା ଅନୁଯାୟୀ , ଘର ରାସ୍ତାରେ ଅଳିଆ ଆବର୍ଜନା ପଡିବାକୁ ନେଇ ତନୁଶ୍ରୀ ସାହୁ ବଡ ଜାଆ ତଥା ପୂର୍ବତନ ନଗରପାଳ ସରୋଜ ନଳିନୀ ସାହୁଙ୍କୁ ଅଭିଯୋଗ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ତନୁଶ୍ରୀଙ୍କର ଦେଢଶୁର ଭୁବନ ଏନଏସିର ବିଜେଡି ସଭାପତି ନରେନ୍ଦ୍ର ସାହୁ ଓ ଝିଆରୀ ଅନନ୍ୟା ଅଭିଲିପସା ସାହୁ ମଧ୍ୟ ତନୁଶ୍ରୀଙ୍କ ସହିତ ପାଟିତୁଣ୍ଡ କରିଥିଲେ। ପରେ ନରେନ୍ଦ୍ର ସାହୁଙ୍କ ସହଯୋଗରେ ତାଙ୍କର ଝିଅ ଅନନ୍ୟା ଅଭିଲିପସା ନିଜ ଖୁଡିଙ୍କୁ ଏକ କଟୁରିରେ ମରଣାନ୍ତକ ଆକ୍ରମଣ କରିଥିଲେ।

ଯାହାକି ତନୁଶ୍ରୀ ଭୁବନ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଏହି ପାରିବାରିକ କଳହକୁ ନେଇ ଭୟରେ ତନୁଶ୍ରୀ ଓ ତାଙ୍କର ସ୍ବାମୀ ଅଶୋକ କୁମାର ସାହୁ ଥିବା ପ୍ରକାଶ କରିଥିବା ବେଳେ ନ୍ୟାୟ ନମିଳିଲେ ଥାନାରୁ ଯିବେ ନାହିଁ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ନରେନ୍ଦ୍ର ସାହୁ ବର୍ତ୍ତମାନ ନଗରପାଳ ଙ୍କ ମାମୁଁ ଓ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଅନ୍ତରଙ୍ଗ ଲୋକ ଅଟନ୍ତି ।

new life
You might also like
error: Content is protected !!