News
WhatsApp Image 2023-10-04 at 17.25.00
samparksetu

ରାସ୍ତା ନିର୍ମାଣରେ ବାଧା ଦେବାକୁ ନେଇ ଉପ ଜିଲ୍ଲାପାଳଙ୍କୁ ଅଭିଯୋଗ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ଅଞ୍ଚଳରେ ଏକ ରାସ୍ତା ନିର୍ମାଣରେ ବାରମ୍ବାର ବାଧା ସୃଷ୍ଟି କରାଯାଉଥିବାରୁ ସମ୍ପୃକ୍ତ ୱାର୍ଡବାସି ଆଜି ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି ।

ହିନ୍ଦୋଳ ଏନଏସି ୱାର୍ଡନଂ-୧୫ର ସିଙ୍କୋଳ,ଜାମ୍ମୁ ସାହି, ନୁଆସାହି, ବରଗୋଜ, କୁଳିଆତୋଟା ଇତ୍ୟାଦି ପାଞ୍ଚଟି ଗ୍ରାମର ଜନସାଧାରଣଙ୍କ ଅଭିଯୋଗ ଅନୁଯାଇ ଉକ୍ତ ପାଞ୍ଚ ଗ୍ରାମକୁ ମୁଖ୍ୟ ରାସ୍ତାଠାରୁ ସଂଯୋଗ କରୁଥିବା ରାସ୍ତାଟି ଆରଡି(RD) ବିଭାଗ ଚଳିତ ବର୍ଷ ପିଡବ୍ଲୁଡି (PWD) ବିଭାଗକୁ ହସ୍ତାନ୍ତର କରି ଚଳିତ ବର୍ଷ ରାସ୍ତା ନିର୍ମାଣ ପାଇଁ ମୁଖ୍ୟ ରାସ୍ତାଠାରୁ ୮ କିମି ୭୦୦ ମିଟର ମଧୁବନ ଠାରୁ ଆଳୁସିଂ ସ୍କୁଲ ଦେଇ ସିଙ୍କୋଳ ଗ୍ରାମ ପର୍ଯ୍ୟନ୍ତ ଟେଣ୍ଡର ହୋଇ ଜୈନିକ ଠିକାଦାର କାମଟି କରୁଅଛନ୍ତି ।

ମାତ୍ର ୧୫ନଂ ୱାର୍ଡର କିଛି ବ୍ୟକ୍ତି ରାସ୍ତା ନିର୍ମାଣରେ ବାରମ୍ବାର ବାଧା ଉପଜାଉଛନ୍ତି ଏବଂ ରାସ୍ତା ନିର୍ମାଣ ନହେଲେ ଉପରୋକ୍ତ ପାଞ୍ଚଗ୍ରାମ ଯେମିତି ହଇରାଣ ହେବେ,ପୂର୍ବରୁ ମଧ୍ୟ ହିନ୍ଦୋଳ ଏନଏସି ତରଫରୁ ବହୁଥର ଆଳୁସିଂ ଗ୍ରାମ ଠାରୁ ସ୍କୁଲଦେଇ ବରଗୋଜ, କୁଳିଆତୋଟା ଦେଇ ରାସ୍ତାନିର୍ମାଣ ଉଦ୍ୟମ କରାଯାଇଥିଲେ ମଧ୍ୟ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ବାରମ୍ବାର ରାସ୍ତା ନିର୍ମାଣରେ ଗଣ୍ଡଗୋଳ କରି ବାଧାସୃଷ୍ଟି କରି ଆସୁଥିବାରୁ ରାସ୍ତାଟି ନିର୍ମାଣ ହୋଇପାରୁ ନାହିଁ ।

ଯଦିଓ ରାସ୍ତା ପାଇଁ ଉକ୍ତ ଅଞ୍ଚଳ ଦେଇ ସରକାରୀ ରେକର୍ଡ ରାସ୍ତା ରହିଅଛି ,ଆହୁରି ମଧ୍ୟ ଏହି ରାସ୍ତା ନିର୍ମାଣ ହୋଇପାରିଲେ ୧୫ନଂ ୱାର୍ଡର ସମସ୍ତ ଗ୍ରାମ ସମେତ ଆଖପାଖକୁ ଲାଗି ରହିଥିବା ହିନ୍ଦୋଳ ଉପଖଣ୍ଡର ୪/୫ଟି ପଂଚାୟତର ହଜାର ହଜାର ଜନସାଧାରଣ ଉପକୃତ ହୋଇପାରିବେ । ଏଣୁ ହିନ୍ଦୋଳ ଏନଏସି ୧୫ନଂ ୱାର୍ଡର କ୍ଷତିଗ୍ରସ୍ତ ପାଞ୍ଚଟି ଗ୍ରାମର ଶହଶହ ଜନସାଧାରଣ ହିନ୍ଦୋଳ ଉପଜିଲ୍ଲାପାଳ, ତହସିଲଦାର, ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!