News
WhatsApp Image 2023-10-04 at 17.25.00
samparksetu

ସରକାରୀ କାର୍ଯ୍ୟକ୍ରମ ରେ ଅଣଦେଖା,ସରପଞ୍ଚଙ୍କ ସମୂହ ଇସ୍ତଫା

ସରକାରୀ କାର୍ଯ୍ୟକ୍ରମ ରେ ସରପଞ୍ଚ ମାନଙ୍କୁ ଅଣଦେଖା ପ୍ରତିବାଦରେ ଭୁବନ ବ୍ଲକ ର ୭ଜଣ ସରପଞ୍ଚ ଇସ୍ତଫା ପାଇଁ ଲିଖିତ ଭାବେ ଜଣାଇଛନ୍ତି ।

ଖବର ରୁ ଜଣାଯାଏ ଯେ ,ବିଜେପି ସମର୍ଥିତ ସରପଞ୍ଚ ମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଭୁବନ ବ୍ଲକ ବିଡିଓ ଙ୍କୁ ଜମୁନାକୋଟ ସରପଞ୍ଚ ରଞ୍ଜନ ବାରିକଙ୍କ ନେତୃତ୍ୱରେ ମଠକରଗୋଳା ସରପଞ୍ଚ ଅଜୟ ନାୟକ, ଗଡନୃଷିଂହ ପ୍ରସାଦ ସରପଞ୍ଚ ଝିଲ୍ଲି ବେହେରା, ମାର୍ଥାପୂର ସରପଞ୍ଚ ରାଜେନ୍ଦ୍ର ମଲ୍ଲିକ, ସୁରପ୍ରତାପପୂର ସରପଞ୍ଚ ସୋନି ସାମଲ, ଦୟନାବିଲ ସରପଞ୍ଚ ଦିଲ୍ଲୀପ କୁମାର ସାହୁ, ଅରଖପାଳ ସରପଞ୍ଚ ଧଳା ବରାଳ ଲିଖିତ ଅଭିଯୋଗ କରିଛନ୍ତି । ଜାନୁଆରୀ ୪ତାରିଖ ରେ ଅର୍ପଣ ରଥ ପାଇଁ ବୈଠକ ହୋଇଥିଲା କି ସରପଞ୍ଚ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ କରାଯିବା କଥା କିନ୍ତୁ ତାହା କରାନଯାଇ ଦଳୀୟ କର୍ମୀ ଙ୍କ ଦ୍ଵାରା କରାଯାଇଛି । ସେହିପରି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ମଧ୍ୟ ୧୮ଜାନୁଆରୀ ରେ ବୈଠକ ଅନୁଷ୍ଠିତ ହୋଇଥିଲା ବ୍ଲକ ପରିସରରେ ।

ସରପଞ୍ଚ ଙ୍କ ସହଯୋଗ ରେ ନିର୍ବାହୀ ଅଧିକାରୀ ମାନେ କାର୍ଯ୍ୟ କରିବା କଥା , ଯାହାର ବ୍ୟତିକ୍ରମ ଜମୁନାକୋଟ ପଞ୍ଚାୟତ ରେ ଦେଖାଦେଇଛି । ସରପଞ୍ଚ ଙ୍କୁ ଅଣଦେଖା କରାଯାଇ ପଞ୍ଚାୟତ କାର୍ଯ୍ୟାଳୟ ରେ ନକରି ବାପୁଜୀ ଖେଳ ପଡିଆ ଠାରେ କରାଯାଇଥିଲା । ନିଜେ ସମିତି ସଭ୍ୟା ତଥା ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ଅଧ୍ୟକ୍ଷତା କରିଥିଲେ । ସେହିଦିନ ମଠକରଗୋଳା ପଞ୍ଚାୟତରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲ କରିଦିଆଗଲା । ତେବେ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଣଦେଖା କରାଗଲେ ସମୂହ ଇସ୍ତଫା ପାଇଁ ଧମକ ଦେଇଛନ୍ତି । ଯାହାର ଏକ କପି ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ରାଷ୍ଟ୍ରପତି ଙ୍କ ନିକଟକୁ ପଠାଇଛନ୍ତି ।

new life
You might also like
error: Content is protected !!