News
WhatsApp Image 2023-10-04 at 17.25.00
samparksetu

ପ୍ରଶାସନ ର ଦୃଷ୍ଟି ଆଢୁଆଳ ରେ ଶଯ୍ୟାଶାୟୀ ରମେଶ

ଭୁବନ ବ୍ଲକ ବାଲିବୋ ଗ୍ରାମ ପାତ୍ର ସାହିର ରମେଶ ପାତ୍ର ,ସ୍ତ୍ରୀ ପୁଷ୍ପଲତା , ଗୋଟିଏ ଝିଅ ଓ ଦୁଇ ପୁଅ ଙ୍କୁ ନେଇ ହସଖୁସିରେ ଚଳିଯାଉଥିଲା ପରିବାର l ପରଘରେ ମୁଲମଜୁରୀ କରି ପାଞ୍ଚପ୍ରାଣୀ ଙ୍କ ମୁହଁରେ ଆହାର ଦେଉଥିଲେ ରମେଶ l ଯେମିତି ସେମିତି କଷ୍ଟ ରେ ହେଲେ ମଧ୍ୟ ପରିବାର ର ପ୍ରତିପୋଷଣ ହେଉଥିଲା l କିନ୍ତୁ ବିଧିର ବିଧାନ ଥିଲା ଅଲଗା l ହଠାତ ଦିନେ ରମେଶ ଙ୍କ ଆଣ୍ଠୁଗଣ୍ଠି ରେ ପୀଡା ହେବାରେ ଲାଗିଲା l ସ୍ଥାନୀୟ ଭୁବନ ମେଡିକାଲ ରେ ଡାକ୍ତର ଙ୍କୁ ଦେଖାଇ କିଛିଦିନ ଔଷଧ ଖାଇବାକୁ ଲାଗିଲେ l

କିନ୍ତୁ କୌଣସି ପରିବର୍ତ୍ତନ ହେଲାନାହିଁ , ଓଲଟା ପୀଡା କମିବା ଜାଗାରେ ମାଡ଼ିବସିଲା ଅଜଣା ଚର୍ମରୋଗ l ପାଦରୁ ଜଙ୍ଘ ପର୍ଯ୍ୟନ୍ତ ଚର୍ମଫାଟି ପ୍ରବଳ ରକ୍ତଶ୍ରାବ ଆରମ୍ଭ ହେଲା l ଫଳରେ BSKY କାର୍ଡ ସାହାଯ୍ୟ ରେ ରମେଶ ଢେଙ୍କାନାଳ ଜିଲ୍ଲା ମୁଖ୍ୟବଚିକିତ୍ସାଳୟ ଓ କଟକ ବଡ଼ ମେଡିକାଲ ରେ ଚିକିତ୍ସିତ ହେଲେ l ଚିକିତ୍ସା ହେବା ଫଳରେ ସାମୟିକ ସମୟ ପାଇଁ ରୋଗ ରୁ ଉପସମ ହୋଇ ଅର୍ଥ ଅଭାବ ରୁ ଏବେ ଯାଏଁ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି ରମେଶ l

ସରକାରୀ ସହାୟତା କହିଲେ ମାସକୁ କୋଡିଏ କିଲୋ ଚାଉଳ, ମାସକୁ ପାଞ୍ଚଶହ ଟଙ୍କା ଭତ୍ତା ପାଉଛନ୍ତି ,କିନ୍ତୁ ତାହା ପରିବାର ଚଳିବା ପାଇଁ ଅସମ୍ଭବ l ପୁଷ୍ପଲତା ଙ୍କ ପକ୍ଷରେ ତାହା ଚଳିବାପାଇଁ କଷ୍ଟସାଧ୍ୟ ହେବାରୁ ଗ୍ରାମବାସୀ ଙ୍କ ସହାୟତା ରେ ସ୍ଥାନୀୟ ବାଲିବୋ ଉଚ୍ଚ ବିଦ୍ୟାଳୟ ରେ ମାସକୁ ତିନିହଜାର ଟଙ୍କା ର ପାରିଶ୍ରମିକ ପାଇଁ ଛୁଆ ଙ୍କ ମୁହଁରେ ଆହାର ଯୋଗାଉଛନ୍ତି l ମାତ୍ର ତିନି ହଜାର ଟଙ୍କା ରେ ସ୍ୱାମୀ ଙ୍କ ଔଷଧ ଖର୍ଚ୍ଚ, ସାଙ୍ଗ କୁ ପୁଅ ଓ ଦୁଇ ଝିଅ ଙ୍କ ପାଠପଢା ଖର୍ଚ୍ଚ ସହ ସେମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଆଶା ହରାଇ ସାରିଲେଣି ପୁଷ୍ପଲତା l

ବର୍ତ୍ତମାନ ସରକାର ଗରିବ ଲୋକଙ୍କ ସହାୟତା ପାଇଁ ଅନେକ କିଛି କରୁଥିବା ବେଳେ ରମେଶ ଙ୍କୁ ଆବଶ୍ୟକ ହୋଇଛି ସରକାରୀ ସହାୟତା l ଭୁବନ ପ୍ରଶାସନ ତରଫରୁ ଏନେଇ ରମେଶ ଙ୍କୁ ଓ ତାଙ୍କ ପରିବାର ପାଇଁ ତୁରନ୍ତ କିଛି ବ୍ୟବସ୍ଥା କରିବାକୁ ସାଧାରଣ ରେ ଦାବି ହେଉଛି l ଏନେଇ ଭୁବନ ବିଡ଼ିଓ କଲ୍ୟାଣ ସୌରଭ ଦାଶ ତୁରନ୍ତ ରମେଶ ଙ୍କ ଘରକୁ ଯାଇ ବୁଝାସୁଝା ସହ ପିଲାମାନଙ୍କ ପାଠପଢା ବିଷୟରେ ଆଲୋଚନା କରିବେ ବୋଲି ନିଜ ପ୍ରତିକ୍ରିୟା ରେ ଜଣାଇଛନ୍ତି l ତୁରନ୍ତ ଶଯ୍ୟାଶାୟୀ ରମେଶ ଙ୍କୁ ପ୍ରଶାସନ ତରଫରୁ ସହାୟତା ଯୋଗାଇବା ସହ ଆବଶ୍ୟକୀୟ ସାହାଯ୍ୟ ନିତ୍ୟାନ୍ତ ଆବଶ୍ୟକ ହୋଇ ପଡିଥିଲା ବେଳେ ପ୍ରଶାସନ ର ଦୃଷ୍ଟି ଆଢୁଆଳ ରେ ରହି ଥିବା ରମେଶ ଙ୍କୁ ପ୍ରଶାସନ ତରଫରୁ କେଉଁ ସହାୟତା ପ୍ରଦାନ କରାଯାଉଛି ତାହାକୁ ଅପେକ୍ଷା l

new life
You might also like
error: Content is protected !!