News
WhatsApp Image 2023-10-04 at 17.25.00
samparksetu

କଂସରା ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନୀତିର ଗନ୍ଧ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ କଂସରା ପଞ୍ଚାୟତରେ ସରକାରୀ ଯୋଜନାରେ ଆବାସ ଗୃହ ନିର୍ମାଣରେ ମହା ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ପ୍ରକୃତ ହିତାଧିକାରୀଙ୍କୁ ଅଣଦେଖା କରାଯାଇ ପଞ୍ଚାୟତ ସ୍ତରରେ ଓ ବ୍ଲକ ସ୍ତରରେ ଲାଞ୍ଚ କାରବାର କରି କେତେକ ଥିଲା ବାଲା ଲୋକ ଆବାସ ଗୃହ ହାତେଇ ନେଇଥିବାର ଅଭିଯୋଗ କରିଛନ୍ତି ଆମ୍ବିଠୀ ଗ୍ରାମ ହରିଜନ ସାହି ବାସୀ ।

ଗ୍ରାମର ବିଧବା, ନିରାଶ୍ରୟା ପ୍ରେମ ଲତା ନାଏକ ଏନେଇ ସଂଗୀନ ଅଭିଯୋଗ କରିଛନ୍ତି।ହିନ୍ଦୋଳ ବ୍ଲକ ପ୍ରଶାସନିକ ମୁଖ୍ୟ ଏଠାରେ ନିରବଦ୍ରଷ୍ଟା ସାଜି ବସି ରହିଥିବା ବେଳେ ଆମ୍ବିଠିର ସୁମତି ନାଏକ, ବନିତା ନାଏକ, ସନ୍ଧ୍ୟା ରାଣୀ ନାଏକ, ବାଜେନି ବେୱା, ମିତାଲି ନାଏକ ପ୍ରମୁଖ ଗରିବ ମହିଳା ହିତାଧିକାରୀ ମାନେ ବର୍ଷ ବର୍ଷ ଧରି ହାତୀ ଉପଦ୍ରଵ ଅଞ୍ଚଳରେ ଭଙ୍ଗା ଦଦରା ଚାଳ ଘରେ କର୍ମ ଆଦରି ପଡ଼ି ରହିଥିଲେ ହେଁ ଏ ଯାଏଁ ସେମାନଙ୍କ ଉପରେ ସରକାରୀ ବାବୁ ମାନଙ୍କ ତାଙ୍କ ଉପରେ ଦୃଷ୍ଟି ପଡ଼ି ପାରୁନାହିଁ ।

ପ୍ରେମଲତା ସ୍ଥାନୀୟ ବିଡ଼ିଓ ଙ୍କ ଠାରୁ ଆରମ୍ଭ କରି ତହସିଲଦାର୍, ହିନ୍ଦୋଳ ଉପଜିଲ୍ଲାପାଳ ଏବଂ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବିଭିନ୍ନ ସମୟରେ ଅଭିଯୋଗ ଶୁଣାଣି ଶିବିରରେ ଘର ଖଣ୍ଡିଏ ପାଇଁ ଗୁହାରି କରି କରି ନିରାଶ ହୋଇ ପଡ଼ିଛନ୍ତି । ସମସ୍ୟା ଓ ଏହାର ସମାଧାନ କରି ପ୍ରକୃତ ହିତାଧିକାରୀ ମାନଙ୍କୁ ଆବାସ ଗୃହ କର୍ଯ୍ୟାଦେଶ ବଣ୍ଟନ ପାଇଁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରେ ସେ ପ୍ରେମଲତା ନାଏକ ଯୋଗ୍ୟ ହିତାଧିକାରୀ ବୋଲି ସ୍ପଷ୍ଟ କରିବା ସହ ତାଙ୍କ ନାମ ବ୍ଲକକୁ ସୁପାରିଶ କରି ଦିଆ ଯାଇଥିବା ପ୍ରକାଶ କରିଥିଲେ ମଧ୍ୟ ବ୍ଲକ ସ୍ତରରେ ହାକିମ ହୁକୁମା ଙ୍କ ଦୁର୍ନୀତି ଖୋର୍ ମନ ବୃତ୍ତି ପାଇଁ କୌଣସି ଫାଇଲ ତଳେ ଚାପି ହୋଇ ରହିଯାଇଛି। ପୁନଶ୍ଚ ପ୍ରେମଲତାଙ୍କ ଅଭିଯୋଗ ମୁତାବକ ସରପଞ୍ଚ ତାଙ୍କୁ ଆବାସ କାର୍ଯ୍ୟl ଦେଶ ପାଇଁ କୁଆଡେ ୧୦ହାଜର ଟଙ୍କା ମାଗି ଥିଲେ । ହିନ୍ଦୋଳ ବିଡ଼ିଓ ଉକ୍ତ ସମ୍ବେଦନଶୀଳ ଘଟଣା ଉପରେ ଗୁରୁତ୍ୱ ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଥିବା ବେଳେ ବ୍ଲକ କର୍ତ୍ତୃପକ୍ଷ କେବେ ଏଥିପ୍ରତି ଦୃଷ୍ଟି ଦେଉଛନ୍ତି ଦେଖିବାକୁ ବାକି ରହିଲା ।

new life
You might also like
error: Content is protected !!