News
WhatsApp Image 2023-10-04 at 17.25.00
samparksetu

ପୂର୍ବ ଶତୃତାରୁ ଗଣ୍ଡଗୋଳ ,ରାସ୍ତାରେ ଗୋଡେଇ ଗୋଡେଇ ଯୁବକଙ୍କୁ ଆକ୍ରମଣ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଶାସନ ଛକରେ ରବିବାରଦିନ ଏକ ଅଭାନୀୟ କାଣ୍ଡ ଦେଖିବାକୁ ମିଳିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁଇ ଜଣ ଯୁବକ ଅନ୍ୟଜଣେ ଯୁବକକୁ ରାସ୍ତାରେ ଗୋଡେଇ ଗୋଡେଇ ମାଡ ମାରିବା ସହିତ ଲହୁଲୁହାଣ କରିଦେଇଥିବାର ଜଣାପଡିଛି ।

ଟାଉନ ଥାନା ଅନ୍ତର୍ଗତ ମୀନା ବଜାରର ଅଭିଷେକ ମଲ୍ଲିକ ଏବଂ ତାର ସାଙ୍ଗ ଗତ ୨୩ ମସିହାରେ କୋରିଆଁବଠାରେ ଥିବା ଏକ ହୋଟେଲକୁ ଖାଇବାକୁ ଯାଇଥିଲେ । ସେଠାରେ ଖାଉଥିବା ବେଳେ କୋରିଆଁର ଶ୍ରୀପତି ମଲ୍ଲିକଙ୍କ ସହିତ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ପୋଲିସ ଅଭିଯୋଗ ଅନୁସାରେ ଶ୍ରୀପତିକୁ ୫୨/୨୩ରେ ଏକ ମାମଲା ରୁ୍‌ଜ୍ଜୁ କରି କୋର୍ଟ ଚାଲାଣ କରିଥିଲା ।

ବେଲରେ ଆସିବା ପରେ ଶ୍ରୀପତି ରବିବାର ଦିନ ନିଜ ମାଆଙ୍କୁ ନେଇ ଶାସନ ଛକରେ ଥିବା ଏକ ପାଥୋଲାବକୁ ରକ୍ତ ପରୀକ୍ଷା କରିବାକୁ ଯାଇଥିଲେ । ସେଠାରେ କୌଣସି ସୂତ୍ରରୁ ଖବର ପାଇ ଅଭିଷେକ ଏବଂ ତାଙ୍କ ସାଙ୍ଗ ଘଟଣା ସ୍ଥଳରେ ପହଁଚି
ଶ୍ରୀପତିକୁ ମାଡ ମାରିଥିଲେ । ଶ୍ରୀପତି ରାସ୍ତାରେ ଦୌଡି ପଳାଉ ଥିବା ବେଳେ ଯୁବକ ମାନେ ଗୋଡେଇ ଗୋଡେଇ ମାଡ ମାରିଥିଲେ । ଏହି ମାଡରେ ଶ୍ରୀପତିର ଆଙ୍ଗୁଠି ଭାଙ୍ଗି ଯାଇଥିବା ବେଳେ ହାତ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଛି । କୌଣସି ସୂତ୍ରରୁ ଖବର ପାଇ ପୋଲିସ ପିସିଆର ଭ୍ୟାନ ସେଠାରେ ପହଞ୍ଚି ଅଭିଷେକକୁ ଗିରଫ କରିଥିବା ବେଳେ ତାର ସାଙ୍ଗ ଫେରାର ହୋଇଯାଇଛି । ଆହତ ଶ୍ରୀପତିଙ୍କୁ
ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲସି ଅଭିଷେକର ସାଙ୍ଗକୁ ଧରିବାକୁ ଚେଷ୍ଟା ଚଳାଇଛି ।

new life
You might also like
error: Content is protected !!