News
WhatsApp Image 2023-10-04 at 17.25.00
samparksetu

ପୁନଃରୁଦ୍ଧାର ହେଉଥିବା ସାଗର ଓ ପୋଖରୀ ଗୁଡିକର ପଙ୍କ ମାଟି ବାହାରକୁ ସ୍ଥାନାନ୍ତର ହେବ

ଢେଙ୍କାନାଳ ସହର ମଧ୍ୟରେ ଥିବା ପ୍ରମୁଖ ଭାଗିରଥି ସାଗର, ଗୋପାଳ ସାଗର, ହୀରାସାଗର, କୁଞ୍ଜକାନ୍ତ ପୋଖରୀ, ଗୋଡ଼ିପୋଖରୀ ଗୁଡିକର ପୁନଃରୁଦ୍ଧାର କରାଯାଉଛି । ପୌରପାଳିକା ଏହି ସାଗର ଓ ପୋଖରୀ ଗୁଡିକର ପଙ୍କ ମାଟି ବାହାରକୁ ସ୍ଥାନାନ୍ତର ନକରି ସେହି ପୋଖରୀ ଭିତରେ ପୋତିବା ପାଇଁ ମସୁଧା କରିଛି ।

ଏହାକୁ ବିରୋଧ କରି ଢ଼େଙ୍କାନାଳ ସଚେତନ ନାଗରିକ ଫୋରମ ସଭାପତି ଶ୍ରୀ ସୁରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ପୋଖରୀ ପାଖ ବାସିନ୍ଦା, ବଣିକ ସଂଘ ସଦସ୍ୟ, ଓକିଲ ସଂଘର ସଦସ୍ୟ ମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଯଦି ଏହି ଜଳାଶୟ ଗୁଡିକର ପଙ୍କ ମାଟି ବାହାରକୁ ନ’ନିଆଯାଏ ତେବେ ଢ଼େଙ୍କାନାଳରେ ବିଶାଳ ଆନ୍ଦୋଳନ କରାଯିବ ବୋଲି ଉପସ୍ଥିତ ସଦସ୍ୟ ମାନେ କହିଥିଲେ । ଜିଲ୍ଲାପାଳ ପୌର କର୍ତୃପକ୍ଷଙ୍କ ସହିତ ବିଚାର ବିମର୍ଶ କରି କହିଥିଲେ ଯେ ସେ ନିଜେ ଏହାର ତର୍ଜମା କରିବେ ଏବଂ ପଙ୍କ ମାଟି ବାହାରକୁ ସ୍ଥାନାନ୍ତରିତ କରାଯିବ l

new life
You might also like
error: Content is protected !!