News
WhatsApp Image 2023-10-04 at 17.25.00
samparksetu

ବିଜେଡ଼ି ଛାଡ଼ୁଛନ୍ତି ପୁରୁଖା ନେତା, ସ୍ଥାନୀୟ ନେତାଙ୍କ ହେତୁ ବଢୁଛି ଦଳୀୟ ଅସନ୍ତୋଷ

ପାଖେଇ ଆସୁଛି ନିର୍ବାଚନ ବଢୁଛି ନେତା ଓ କର୍ମୀ ଙ୍କ ମନରେ ଉତ୍ସାହ। ସେହିପରି ଗ୍ରାଉଣ୍ଡ ସ୍ଥରରେ ସଙ୍ଗଠନ କୁ ମଝବୁତ କରିବା ପାଇଁ କସରତ ଭିଡିଛନ୍ତି ବିଭିନ୍ନ ଦଳର ମୁଖିଆ । ଅନ୍ୟଦଳ ଭଳି ଶାସକ ଦଳ ବିଜେଡିରେ ପ୍ରତିଦିନ ମିଶ୍ରଣ ପର୍ବ ଆରମ୍ଭ ହୋଇଛି, ହେଲେ ଏହାର ବିପରୀତ ଦିଗ ଦେଖାଦେଇଛି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ । ସ୍ଥାନୀୟ ନେତାଙ୍କ ମନମୁଖୀ କାର୍ଯ୍ୟକ୍ରମ ଏବଂ ଅଣଦେଖା ହେତୁ ବରିଷ୍ଠ ନେତା ଙ୍କ ସହ ସାଧାରଣ ସମ୍ପାଦକ, ସରପଞ୍ଚ ସମେତ ସମିତିସଭ୍ୟ ପର୍ଯ୍ୟନ୍ତ ଦେଇଛନ୍ତି ଇସ୍ତଫା ।

ବିଗତ ଦିନରେ ଜିଲ୍ଲା ଉପସଭାପତି ସୁଧାଂଶୁ ଦଳେଇ, ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି କୋଦଣ୍ଡଧର ସାହୁ ଏବଂ ମହିଳା ସଭାନେତ୍ରୀ ସସ୍ମିତା ଜେନା ଦଳରୁ ଇସ୍ତଫା ଦେଇଥିବା ଦେଖା ଦେଇଛି । ବିଗତ ବର୍ଷରେ ଦଳରେ ରହି ସବୁ ସମୟରେ ଦଳୀୟ କାର୍ଯ୍ୟ କୁ ସୁଚାରୁରୁପେ କାର୍ଯ୍ୟ ପରିଚାଳନା କରି ଆସୁଥିଲେ ମଧ୍ୟ ସ୍ଥାନୀୟ ନେତା ଏବଂ ତାଙ୍କର କିଛି କର୍ମୀ ଆସି ଦଳରେ ବିଶୃଙ୍ଖଳା କରି ଆସୁଛନ୍ତି । ପୁରୁଣା ଏବଂ ବରିଷ୍ଠ ନେତାଙ୍କୁ ଅଣଦେଖା କରିବା ଦଳ ଏବଂ ସଙ୍ଗଠନିକ ନିୟମ ବିରୋଧ ବୋଲି ଏମାନେ ମତ ରଖି ଦଳରେ ଅଣନିଶ୍ୱାସୀ ହୋଇ ଇସ୍ତଫା ଦେଇଥିବା ସୁଚନା ଦେଇଛନ୍ତି ।

ସେହିପରି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ରେ ଦଳୀୟ ଅସନ୍ତୋଷ ହେତୁ ଯୁବ ନେତା ତଥା ସାଧାରଣ ସମ୍ପାଦକ ରାଜେଶ ଦେହୁରୀ ମଧ୍ୟ ଦଳ ଛାଡ଼ିଛନ୍ତି, ଏଥି ସହ ବିଭିନ୍ନ ସରପଞ୍ଚ, ସମିତିସଭ୍ୟଙ୍କ ସହ ବହୁ କର୍ମୀ ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ନେତା ନୂଆ କର୍ମୀଙ୍କୁ ସାମିଲ କରିଥିବା ବେଳେ ପୁରୁଣା ନେତାଙ୍କୁ ଅଣଦେଖା କରିବା ଅନୁଚିତ ବୋଲି ସୂଚନା ଦେଇ ବିଜେଡ଼ି ଛାଡିଥିବା ସୂଚନା ଦେଇଛନ୍ତି ।

new life
You might also like
error: Content is protected !!