News
WhatsApp Image 2023-10-04 at 17.25.00
samparksetu

ସ୍କୁଟିରୁ ପଡ଼ି ମହିଳା ମୃତ !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ମର୍ମନ୍ତୁତ ଦୁର୍ଘଟଣାରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ , ହିନ୍ଦୋଳ ବ୍ଲକ ବଡ଼ବାହାଳ ଅଞ୍ଚଳର ପରମାନନ୍ଦ ନାଏକଙ୍କ ସ୍ତ୍ରୀ ସୀତା ନାଏକ(୫୫) ରସୋଳ ତେଲିଭୂଇଁ ସ୍ଥିତ ଏକ କ୍ଲିନିକରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଔଷଧ ଧରି ରସୋଳ ଥାନା ଦାଣ୍ଡିରୀ ଅଂଚଳରେ ବିବାହ କରିଥିବା ନିଜ ଝିଅ ଘରକୁ ଜ୍ୱାଇଁ କରୁଣାକର ନାଏକଙ୍କ ସହ ଦିନ ୨ଟା ସମୟରେ ଏକ ସ୍କୁଟିରେ ଫେରୁଥିଲେ ।

ଏହି ସମୟରେ ସାପୁଆ ପର୍ଯ୍ୟଟନ ସ୍ଥଳ ନିକଟରେ ବିପରୀତ ଦିଗରୁ ପ୍ରଚୁର ମଦ୍ୟପାନ କରି ଦୁଇଜଣ ମଦ୍ୟପ ଏକ ବାଇକରେ ଦ୍ରୁତଗତିରେ ସୀତା ନାଏକ ବସିଥିବା ସ୍କୁଟିକୁ ମୁହାଁମୁହିଁ ସାଇଡ ମାରି ଫେରାର ହୋଇ ଯାଇଥିଲେ ଏବଂ ସୀତା ଓ ତାଙ୍କ ଜ୍ୱାଇଁ ଭାରସାମ୍ୟ ହରାଇ ସ୍କୁଟିରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ ।ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକ ଓ ଆହତ ଜ୍ୱାଇଁ କରୁଣାକର ତୁରନ୍ତ ରସୋଳ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଅଗ୍ନିଶମ ଗାଡ଼ିରେ ଉଭୟଙ୍କୁ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ଅଣା ଯାଇଥିଲା ମାତ୍ର ଡାକ୍ତର ସେଠାରେ ସୀତା ନାଏକଙ୍କୁ ମୃତ ଘୋଷଣା କରିଥିଲେ ।ଖବର ପାଇ ରସୋଳ ପୋଲିସ ଆସି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ଦେଇ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

new life
You might also like
error: Content is protected !!