News
WhatsApp Image 2023-10-04 at 17.25.00
samparksetu

ଗ୍ରାମ୍ୟ ବ୍ୟାଙ୍କ ଲୁଟର ୧ ବର୍ଷ ପରେ ହିତାଧିକାରୀଙ୍କୁ ମିଳିଲାନି ସୁନା ଗହଣା ,ଶାଖା ପରିଚାଳକଙ୍କ ଦ୍ୱାରସ୍ତ ହେଲେ ହିତାଧିକାରୀ

କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଗ୍ରାମରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଗତବର୍ଷ ବ୍ୟାଙ୍କ ଡକାୟତି ହେବା ଫଳରେ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା,ସୁନା ଗହଣା ଲୁଟ ହେଇଥିଲା ।ଗ୍ରାମାଞ୍ଚଳର ଲୋକମାନେ ବ୍ୟାଙ୍କରେ ସୁନା ଗହଣା ଦେଇ ଗୋଲଡ଼ ଋଣ ବାବଦରେ ବ୍ୟାଙ୍କରୁ ଟଙ୍କା ନେଇଥିଲେ ।ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି ନେଇଥିବା ଟଙ୍କା ପଇଠ କରି ବ୍ୟାଙ୍କରେ ଦେଇଥିବା ସୁନା,ଗହଣା ନେବା ପାଇଁ ପ୍ରତି ମାସରେ ବ୍ୟାଙ୍କକୁ ଆସିଲେ ମିଳୁଛି କେବଳ ମିଥ୍ୟା ପ୍ରତିଶୃତି ।

ବ୍ୟାଙ୍କ ଲୁଟେରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ମଧ୍ୟରୁ ଆଜି ଘାଗରାମୁଣ୍ଡା ସରପଞ୍ଚ ରଞ୍ଜିତା ନାଏକ,ସମିତି ସଭ୍ୟା ପଦ୍ମିନୀ ବେହେରା,ଅନିତା ସାହୁ,ରଞ୍ଜିତା ସେଠି, ସୁଜାତା ସାହୁ, ରିନାରାଣୀ ସାହୁ, ନଳିନୀ ସାହୁ,ବିରବର ସାହୁ,ପିଙ୍କି ସେଠି,ସୁବାସ ସାହୁ, ସୁମନ୍ତି ନାଏକ,ତିଲୋତମା ପ୍ରଧାନ,ସୁମ ସେଠି ମହାବିରୋଡ଼ ଗ୍ରାମ୍ୟ ଶାଖା ପରିଚାଳକଙ୍କୁ ଅଭିଯୋଗ କରିଛନ୍ତି କି, ଆସନ୍ତା ୭ ଦିନ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ବ୍ୟାଙ୍କ ପକ୍ଷରୁ ସୁନା ଗହଣା ଦିଆ ନଗଲେ ବ୍ୟାଙ୍କ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିବା ପାଇଁ ଲିଖିତ ଭାବେ ଜଣାଇଛନ୍ତି ।ଏ ସଂକ୍ରାନ୍ତରେ ମହାବିରୋଡ଼ ଥାନା ପୋଲିସକୁ ଅବଗତ କରାଯାଇଥିବା ଘାଗରାମୁଣ୍ଡା ସରପଞ୍ଚ ରଞ୍ଜିତା ନାଏକ ,ସମିତି ସଭ୍ୟା ପଦ୍ମିନୀ ବେହେରା ଜଣାଇଛନ୍ତି ।ଏ ସଂକ୍ରାନ୍ତରେ ମହାବୀରୋଡ଼ ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ଅନୁରାଗ ପଟନାୟକ କହିଛନ୍ତି ଯେଉଁମାନେ ବ୍ୟାଙ୍କରୁ ଋଣ ନେଇଛନ୍ତି ସେମାନଙ୍କ ସୁନା ଗହଣା ନିୟମ ଅନୁଯାୟୀ ଦିଆଯିବ ।

new life
You might also like
error: Content is protected !!