News
WhatsApp Image 2023-10-04 at 17.25.00
samparksetu

ଜଙ୍ଗଲରୁ ୪ ଅଭିଯୁକ୍ତ ଗିରଫ,ଜଣେ ଫେରାର

ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ମାଟିଆ ମୁଣ୍ଡିଆ ଜଙ୍ଗଲରେ ଚଢାଉ କରି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ମାରଣାସ୍ତ୍ର,ଟଙ୍କା,ଗାଡି ଜବତ କରିଛି । ପୋଲିସକୁ ଚକମା ଦେଇ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପାଟ୍ରୋଲିଂ ସମୟରେ ଭାପୁର ଫାଣ୍ଡି ପୋଲିସ ମାଟିଆ ମୁଣ୍ଡିଆ ଜଙ୍ଗଲରେ ଥିବା ବାଟ ପନ୍ଥେଇ ମନ୍ଦିର ନିକଟରେ ସନ୍ଦେହ ଜନକ ଭାବରେ କେତେକ ଅସାମାଜିକ ଯୁବକ ବିଭିନ୍ନ ମାରଣାସ୍ତ୍ରରେ ସଜେଇ ହୋଇ କିଛି ଯୋଜନା କରୁଥିବାର ଖବର ମିଳିଥିଲା ।

ଖବରକୁ ଭିତ୍ତିକରି ସଦର ପୋଲିସ ଅଧିକାରୀଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ଯୁବକ ମାନଙ୍କୁ ଘେରାଉ କରିଥିଲେ ।ପୋଲିସକୁ ଦେଖି ଜଣେ ଚମ୍ପଟ ମାରିଥିବା ବେଳେ ଅନ୍ୟ ଚାରିଜଣକୁ ପୋଲିସ ଗିରଫ କରି ଥାନାକୁ ଆଣି ପଚରାଉଚରା ଚଳାଇଥିଲା । ପଚରା ଉଚରା ସମୟରେ ସମସ୍ତେ ପେଶାଦାର ଅପରାଧୀ ହୋଇଥିବା ବେଳେ ସେମାନଙ୍କ ନାମରେ ଥାନାରେ ବହୁ ମାମଲା ରହିଥିବାର ଜଣାପଡିଥିଲା । ପୋଲିସ ଏହି ମାମଲାରେ ସଦର ଥାନାରେ ୨୭୮/୨୪ରେଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ଗିରଫ ଯୁବକ ମାନଙ୍କ ମଧ୍ୟରୁୂ ମୋଟଙ୍ଗା ଥାନା ଅନ୍ତର୍ଗତ ହଳଦିଆବାହାଳ ଗ୍ରାମର ମିଲନ ନାଏକ ଙ୍କୁ ଗିରଫ କରିଥିବା ବେଳେ ସଦର ଥାନା ଚାକୁଣ୍ଡାନାଳୀ ଗ୍ରାମର ଦୁଷ୍ମନ୍ତ ନାଏକ ଗିରଫ ହୋଇଥିବା ଜଣାପଡ଼ିଛି ।ସେହିପରି ଗିରଫ ହୋଇଥିବା ସଦରଥାନା କଦମପାଳ ଗ୍ରାମର ସନ୍ତୋଷ ନାଏକ ଏବଂ କଦମପାଳର ଗୁଣ୍ଡିଚା ନାଏକ ଙ୍କୁ ଗିରଫ କରିଛି ।

ଅଭିଯୁକ୍ତ ମାନଙ୍କ ନିକଟରୁ ପୋଲିସ ଗୋଟିଏ ଦେଶୀ ପିସ୍ତଲ ସହିତ ୫ଟି ଜୀବନ୍ତ ଗୁଳି,ଗୋଟିଏ ଖଣ୍ଡା,ଗୋଟିଏ ଦାଆ,୧୦ଟି କିଙ୍ଗଫିସର ଖାଲି ମଦ ବୋତଲ,୪ଟି ଲଙ୍କା ଗୁଣ୍ଡ ପାଉଡର ସହିତ ଦିଆସିଲି,ସିଗାରେଟ ,୨ ବାଇକ ଜବତ କରିଛି ।

new life
You might also like
error: Content is protected !!