News
WhatsApp Image 2023-10-04 at 17.25.00
samparksetu

ଜାତୀୟ ରାଜପଥ ନିର୍ମାଣ ରେ ଅନିୟମିତତା ଅଭିଯୋଗ

୫୩ ନମ୍ବର ଜାତୀୟ ରାଜପଥ ନିର୍ମାଣ ରେ ଅନିୟମିତତା କରୁଛି ଠିକାସଂସ୍ଥା l ଗ୍ରାମବାସୀ ଙ୍କ ଅଭିଯୋଗ କୁ ପ୍ରତ୍ୟାଖ୍ୟାନ କରି ଅସଦ ବ୍ୟବହାର କରୁଛନ୍ତି ଠିକାସଂସ୍ଥା ର ମ୍ୟାନେଜର l ଏହିପରି ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ସହର ର ଆଳତୁମା ଗାଁ ରେ l କାମାକ୍ଷାନଗର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ କୁ ନିର୍ମାଣ କରୁଛି ମଣ୍ଟେକାର୍ଲୋ ଠିକାସଂସ୍ଥା l

ବର୍ତମାନ ପର୍ଯ୍ୟନ୍ତ ରାସ୍ତାକାମ ନିର୍ମାଣ ରେ ଅହେତୁକ ବିଳମ୍ବ ସହ ଅନେକ ଅନିୟମିତତା କରୁଛି ଠିକା ସଂସ୍ଥା l କେଉଁଠାରେ ସାଇଡୱାଲ ନାହିଁ ତ କେଉଁଠାରେ ଗାଁ ଲୋକ ଙ୍କ ପାଇଁ ଉଦିଷ୍ଟ ପିଇବା ପାଣି ପାଇପ ଲାଇନ କାଟିଦେଇଛି ଠିକାସଂସ୍ଥା l ଏ ସମ୍ପର୍କ ରେ ଗ୍ରାମବାସୀ ବାରମ୍ବାର ଠିକାସଂସ୍ଥା କୁ ଜଣାଇବା ପରେ କୌଣସି ସୁଫଳ ମିଳୁନଥିବା ବେଳେ ଓଲଟା ଠିକାସଂସ୍ଥା ର ମ୍ୟାନେଜର ଗ୍ରାମବାସୀ ଙ୍କୁ ଅସଦ ବ୍ୟବହାର ଦେଖାଉଛନ୍ତି l

ଯାହାକୁ ନେଇ ଆଳତୁମା ଗ୍ରାମବାସୀ ସ୍ଥାନୀୟ ଧର୍ମଶାଳା ଛକ ନିକଟରେ ଜାତୀୟରାଜପଥ ନିର୍ମାଣ କାର୍ଯ୍ୟ କୁ ବନ୍ଦ କରିଥିଲେ l ନିର୍ମାଣ କାର୍ଯ୍ୟ ବନ୍ଦ ଥିବା ଖବର ପାଇ ମଣ୍ଟେକାର୍ଲୋ ଠିକାସଂସ୍ଥା ର ପ୍ରୋଜେକ୍ଟ ମ୍ୟାନେଜର ପଙ୍କଜ ନାୟକ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ତରଫରୁ କରାଯାଇଥିବା ଅସଦ ବ୍ୟବହାର ପାଇଁ କ୍ଷମା ମାଗିଥିବା ବେଳେ ଲୋକ ଙ୍କ ସୁବିଧା ଅନୁଯାୟୀ କାମ କରିବାକୁ ପ୍ରତିଶୃତି ଦେଇଛନ୍ତି l ଆଗାମୀ ଦିନରେ ଯଦି ଠିକାସଂସ୍ଥା ସଠିକ ଭାବରେ ଜାତୀୟ ରାଜପଥ ନିର୍ମାଣ ନକରି କୌଣସି ଅନିୟମିତତା କରେ ତାହେଲେ ଠିକାସଂସ୍ଥା ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଗ୍ରାମବାସୀ ଚେତାବନୀ ଦେଇଛନ୍ତି l

new life
You might also like
error: Content is protected !!