News
WhatsApp Image 2023-10-04 at 17.25.00
samparksetu

ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣିବା ସହ ବନ୍ଧୁକ ଦେଖାଇ ଲୁଟିଲେ ଦୁର୍ବୃତ୍ତ

କାମାକ୍ଷାନଗର ଥାନା ଖଟଖୁରା ଗାଁ ନିକଟରେ ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣିବା ସହିତ ବନ୍ଧୁକ ଦେଖାଇ ଲୁଟ୍।ହୋଣ୍ଡା ୟୁନିକର୍ଣ୍ଣ ବାଇକରେ ଆସି ଦୁଇ ଲୁଟେରା ଲୁଟି ନେଇଛନ୍ତି ବ୍ୟବସାୟୀଙ୍କ ପାଖରେ ଥିବା ୪ହଜାର ଟଙ୍କା।

ଗୁରୁତର ଆହତ ବ୍ୟବସାୟୀ ଜଣଙ୍କ ବାଇସିଙ୍ଗା ଗାଁର ଶିଶିର କୁମାର ସାହୁ। ଶିଶିର ନିଜ ଟିଭିଏସ ଗାଡ଼ିରେ ଗ୍ରୋସରୀ ସାମଗ୍ରୀ ଦେଇ ଖଟଖୁରା ଗାଁରୁ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ପ୍ରଥମେ ଗାଡିକୁ ଅଟକାଇ ଥିଲେ। ପରେ ତାଙ୍କୁ ମାଡ଼ ମାରିବା ସହିତ ଖଣ୍ଡାରେ ହାଣିଥିଲେ ଏବଂ ପାଖରେ ଥିବା ଟଙ୍କାକୁ ଲୁଟି ନେଇଥିଲେ ।ସ୍ଥାନୀୟ ଲୋକଙ୍କ ସହଯୋଗରେ ଶିଶିରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିବା ସହିତ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

new life
You might also like
error: Content is protected !!