News
WhatsApp Image 2023-10-04 at 17.25.00
samparksetu

ନିମ୍ନ ମାନର କାମ ପାଇଁ ବିଦ୍ୟୁତ ସଂଯୋଗ ପୂର୍ବରୁ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ !

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଙ୍କଡାହାଡ଼ ବ୍ଲକରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ବାସ୍ତବରେ ଏହା ସଠିକ ଭାବରେ କାର୍ଯ୍ୟକାରୀ ହେଉନଥିବା କାରଣରୁ ଅନେକ ଯୋଜନା ଲୋକଙ୍କ କାମରେ ଆସୁ ନଥିବା ଅଭିଯୋଗ ହେଉଛି ।

ସୂଚନା ଅନୁଯାୟୀ , ଏହି ବ୍ଲକ କେରଯୋଲି ପଞ୍ଚାୟତ ରୋଡ଼ଙ୍ଗ ଗ୍ରାମ ଅନ୍ତର୍ଗତ ପାଟଣା ସାହିରେ ବିଦ୍ୟୁତ ସଂଯୋଗ ହେବାପାଇଁ ସରକାରଙ୍କ ପକ୍ଷରୁ ନୂତନ ବିଦ୍ୟୁତ ଖୁଣ୍ଟ ପୋତାଯାଇ ତାର ଟଣା ଯାଇଥିଲା । ହେଲେ ଲୋକଙ୍କ ପାଖକୁ ସେବା ପହଁଚିବା ପୂର୍ବରୁ ଖୁଣ୍ଟ ଭାଙ୍ଗିଗଲା ।ଗ୍ରାମବାସୀ ଅଭିଯୋଗ କରିଛନ୍ତି ଏହି ସାହିରେ ୨୦ ପରିବାର ବସବାସ କରନ୍ତି ଲୋକ ମାନଙ୍କୁ ବିଦ୍ୟୁତ ମିଳିବା ପାଇଁ ୩ ମାସ ପୂର୍ବେ ଠିକାଦାର ବିଦ୍ୟୁତ ଖୁଣ୍ଟ ପୁତିବା ସହିତ ତାର ସଂଯୋଗ କରିଥିଲେ ହେଲେ ନିମ୍ନ ମାନର କାମ ଯୋଗୁଁ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଗଲା ।୨୦ ଦିନ ହେଲାଣି ରାସ୍ତା ପାର୍ଶ୍ଵରେ ଥିବା ଖୁଣ୍ଟ ଭାଙ୍ଗି ତଳେ ପଡିଥିବା ବେଳେ ତାର ଏଣେତେଣେ ଗୁଡେଇ ହେଇ ପଡିଛି କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଥିପ୍ରତି ଦୃଷ୍ଟି ପଡୁ ନଥିବା ଅଭିଯୋଗ ହେଉଛି । ଏ ସଂକ୍ରାନ୍ତରେ ବିଦ୍ୟୁତ ବିଭାଗ କନିଷ୍ଟ ଯନ୍ତ୍ରୀ ସୁଧାଂଶୁ ଶେଖର ପରିଡ଼ାଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଏହି କିଛି ମାସ ତଳେ ନୂତନ କରି କାମ ହେଇଥିଲା ଶେଷରେ ଥିବା ଖୁଣ୍ଟ ଭାଙ୍ଗି ଯାଇଛି ।ଗାଁରେ ବିଦ୍ୟୁତ ସଂଯୋଗ ହେଇ ନାହିଁ କି କାହା ଘରକୁ ବିଦ୍ୟୁତ ସଂଯୋଗ ହେଇ ନଥିଲା, ପବନରେ ଖୁଣ୍ଟ ଭାଙ୍ଗିଥିବା ସେ କହିଛନ୍ତି ।

ତେବେ ଗ୍ରାମରେ ଭାଙ୍ଗିଥିବା ବିଦ୍ୟୁତ ଖୁଣ୍ଟ ପରିବର୍ତ୍ତନ କରାଯାଇ ନୂତନ ବିଦ୍ୟୁତ ଖୁଣ୍ଟ ପୋତାଯାଇ ବିଦ୍ୟୁତ ସେବା ମିଳିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି ।

new life
You might also like
error: Content is protected !!