News
WhatsApp Image 2023-10-04 at 17.25.00
samparksetu

ଡକାୟତି ଗ୍ୟାଙ୍ଗ ଉପରେ ପୋଲିସ ର ଚଢ଼ାଉ

୮ ଜଣିଆ ଡକାୟତି ଗ୍ୟାଙ୍ଗ ଉପରେ ପୋଲିସ ର ଚଢ଼ାଉ l ୩ ଗିରଫ ହୋଇଥିବା ବେଳେ ଚମ୍ପଟ ମାରିଲେ ୫ ଡକାୟତ l ୩ ଗିରଫ ଡକାୟତ ଙ୍କ ଠାରୁ ଏକ ମୋଟର ସାଇକେଲ, ଗୋଟେ ଖଣ୍ଡା, ଭୁଜାଲି,ତିନୋଟି ଜୀବନ୍ତ ବୋମା ଓ ଦୁଇ ରାଉଣ୍ଡ ଗୁଳି ସହ ବନ୍ଧୁକ ଜବତ କରିଛି ପୋଲିସ l

କାମାକ୍ଷାନଗର ଥାନା ଆଳତୁମା ରଜ ମହୋତ୍ସବ ପଡ଼ିଆରେ ୮ଜଣିଆ ଡକାୟତ ଗ୍ୟାଙ୍ଗ ଡକାୟତି ପାଇଁ ଯୋଜନା କରୁଥିବା ଖବର ପାଇ କାମାକ୍ଷାନଗର ପୋଲିସ ସେଠାରେ ଚଢ଼ାଉ କରିଥିଲା l ପୋଲିସ କୁ ଦେଖି ଡକାୟତ ଗ୍ୟାଙ୍ଗ ର ସଦସ୍ୟ ମାନେ ଦୌଡ଼ି ପଳାଇ ଯାଉଥିବା ବେଳେ ପୋଲିସ ୩ ଜଣ ଡକାୟତ ଙ୍କୁ କାବୁ କରିବାରେ ସକ୍ଷମ ହୋଇଛି l

କାମାକ୍ଷାନଗର ଥାନା ଅନନ୍ତପୁର ସାହି ର ମିଞ୍ଜ ଇବ୍ରାହିମ ବେଗ,(ଫକୀରା )ଗୋଡିସାହି ର ବିଶ୍ୱଜିତ ବେହେରା (ବିକି )ଏବଂ ଢେଙ୍କାନାଳ ସଦର ଥାନା ଅଞ୍ଚଳ ର ଅନିଲ କୁମାର ନାୟକ ଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ବାଜାଜ ପଲସର ମୋଟର ସାଇକେଲ, ଗୋଟିଏ ଖଣ୍ଡା, ଭୁଜାଲି, ତିନୋଟି ଜୀବନ୍ତ ବୋମା ଓ ଦୁଇ ରାଉଣ୍ଡ ଅଫୁଟା ଗୁଳି ସହ ଗୋଟିଏ ବନ୍ଧୁକ ଜବତ କରି କୋର୍ଟ ଚାଲାଣ କରିଛି କାମାକ୍ଷାନଗର ପୋଲିସ l ଅନ୍ୟ ଡକାୟତ ମାନଙ୍କୁ ଖୁବଶୀଘ୍ର ଧରାଯିବା ନେଇ କାମାକ୍ଷାନଗର ଏସଡିପିଓ ସ୍ନେହାଶିଷ ସାହୁ ସୂଚନା ଦେଇଛନ୍ତି l

new life
You might also like
error: Content is protected !!