News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ହିନ୍ଦୋଳ ଥାନା ଅନ୍ତର୍ଗତ କଂସରା ପଂଚାୟତ ଆମ୍ବିଠି ଗ୍ରାମର ପ୍ରସନ୍ନ ବେହେରା ଗତକାଲି ଶୌଚ ହେବାକୁ ଯାଇଥିବା ବେଳେ ଜଙ୍ଗଲୀ ହାତୀ ହଠାତ ଆସି ଆକ୍ରମଣ କରି ଟେକି କଚାଡି ଦେଇଥିଲା ।

ଘଟଣା ସମ୍ପର୍କରେ ଜାଣି ଗ୍ରାମବାସୀଙ୍କ ସହଯୋଗରେ ପ୍ରସନ୍ନ ଙ୍କୁ ହିନ୍ଦୋଳ ଡାକ୍ତରଖାନା ଅଣାଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରଥିଲେ । ଖବର ପାଇ ହିନ୍ଦୋଳ ବନବିଭାଗ କର୍ମଚାରୀ ଓ ଅଧିକାରୀ ହିନ୍ଦୋଳ ଡାକ୍ତରଖାନା ଆସି ଆବଶ୍ୟକ କ୍ଷତିପୂରଣ ପ୍ରତିଶୃତି ଦେଇଥିଲେ ଏବଂ ହିନ୍ଦୋଳ ଥାନା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ମାମଲା ରୁଜ୍ଜ କରିଛନ୍ତି ।

ଏଇ ନିକଟରେ ହିନ୍ଦୋଳ ବନବିଭାଗ କର୍ମଚାରୀ ଓ ଅଧିକାରୀ ନିରୀହ ଲୋକଙ୍କୁ ଧରି ଆଣି ଆକ୍ରମଣ କରି ମାମଲା ରୁଜୁ କରିବା ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ହାତୀ ଆକ୍ରମଣରେ ମୃତ୍ୟୁ ଘଟଣା ପୁନରାବୃତ୍ତି ହେବା ବନବିଭାଗର ପାରିବାପଣିଆ ପଦାରେ ପଡିଛି ଏବଂ ବେଫିକର ହିନ୍ଦୋଳ ବନବିଭାଗର କାର୍ଯ୍ୟକଳାପ ହିନ୍ଦୋଳ ଜନସାଧାରଣଙ୍କୁ ନିରାଶା କରିବା ସହ ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!