News
WhatsApp Image 2023-10-04 at 17.25.00
samparksetu

ଦୀପରୁ ଲାଗିଲା ନିଆଁ !

ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବୁଦ୍ଧେଶ୍ଵର୍ ପୀଠରେ ଦୀପରୁ ନିଆଁ ଲାଗି ଜଣେ ମହିଳା ପୋଡ଼ି ହୋଇଥିବା ଜଣାଯାଇଛି । ଆଜି ପବିତ୍ର ପଣା ସଂକ୍ରାନ୍ତିରେ ଘଟିଛି ଅଘଟଣ ।

ସୂଚନା ଅନୁଯାୟୀ ,ଆଜି ମହାବିଷୁବ ପଣାସଙ୍କ୍ରାନ୍ତିରେ ବାବା ବୁଦ୍ଧେଶ୍ବରଙ୍କ ପୀଠରେ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଜମିଥିଲା । ଏହି ସମୟରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ନିବେଦିତା ମହାନ୍ତି ନାମକ ଜଣେ ମହିଳା ଦୀପ ଜାଳୁଥିବା ସମୟରେ ଅସାବଧାନତା ଯୋଗୁଁ ତାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା । ତେବେ ସେଠାରେ ଉପସ୍ଥିତ ଥିବା ଜଣେ ଯୁବକ ଓ ଶ୍ରଦ୍ଧାଳୁ ମାନଙ୍କର ବୁଦ୍ଧି ଯୋଗୁଁ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତୀ କରାଇଥିଲେ । ତେବେ ମହିଳା ଜଣଙ୍କ ସୁରକ୍ଷିତ ଥିବା ଜଣାପଡିଛି ।

new life
You might also like
error: Content is protected !!