News
WhatsApp Image 2023-10-04 at 17.25.00
samparksetu

ସନ୍ଦେହ ଘେରରେ ନବ ବଧୂର ମୃତ୍ୟୁ !

ପରଜଙ୍ଗ ଥାନା ଲୋଧଣୀ ଗାଁରେ ନବ ବଧୂର ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତକ ଜଣଙ୍କ ହେଉଛନ୍ତି ଲୋଧଣୀ ଗାଁର ୧୯ବର୍ଷୀୟା ସୁପ୍ରିୟା ସାହୁ ଓରଫ ଶିଖା ।

ଶିଖା ନିଜ ଘର ପାଖର ଯୁବକ ଦୁଃଶାସନ ରାଉତଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ଉଭୟଙ୍କ ପ୍ରେମ କରୋନାର ଲକ ଡାଉନରୁ ଆରମ୍ଭ ହୋଇଥିଲା ଯାହା ଗତ ମାସ ହୋଲିରେ ସଫଳ ହୋଇଥିଲା। ଉଭୟେ ଅଲଗା ଜାତିର ହୋଇଥିବା କାରଣରୁ ଘରୁ ଲୁଚି ମାର୍ଚ୍ଚ ମାସ ୨୫ତାରିଖ ଦିନ ବିଳମ୍ବିତ ରାତିରେ ଫେରାର ମାରିଥିଲେ ଏବଂ ହୋଲି ଦିନ ମନ୍ଦିରରେ ବିବାହ କରିଥିଲେ।

ମାତ୍ର ୨୦ଦିନର ବିବାହ ଭିତରେ ସାମ୍ନାକୁ ଆସିଛି ଯୌତୁକ ଜନିତ ନିର୍ଯାତନା ଏବଂ ନବ ବଧୂଙ୍କୁ ହତ୍ୟା ଅଭିଯୋଗ। ପରଜଙ୍ଗ ଥାନାରେ ଶିଖାଙ୍କ ବାପା ରଞ୍ଜନ ସାହୁଙ୍କ ଅଭିଯୋଗ ପରେ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ଏବଂ ଢେଙ୍କାନାଳ ଜିଲ୍ଲା ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି।

new life
You might also like
error: Content is protected !!