News
WhatsApp Image 2023-10-04 at 17.25.00
samparksetu

ପାନୀୟ ଜଳ ସମସ୍ୟା ପାଇଁ ଶତାଧିକ ମହିଳା ହିନ୍ଦୋଳ ବିଡିଓଙ୍କ ଦ୍ଵାରସ୍ଥ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗାଲପଡା ପଞ୍ଚାୟତ ଅର୍ନ୍ତଗତ
ଗାଲପଡା ମୈାଜା ଏବଂ ସ୍ଵୟଂସହାୟକ ଗୋଷ୍ଠୀ ର ଶହଶହ ମହିଳା ବସୁଧା ଯୋଜନାରେ ହେଉଥିବା ବିଭିନ୍ନ ଅନୀୟମୀତତା ସମ୍ପର୍କରେ ହିନ୍ଦୋଳ ବିଡିଓଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।

ଗାଲପଡା ସରପଞ୍ଚଙ୍କ ଦାଦାଗିରି ପାଇଁଁ ତିନୋଟି ୱାର୍ଡର ଲୋକମାନେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସେମାନେ ହିନ୍ଦୋଳ ବିଡ଼ିଓଙ୍କୁ ଅଭିଯୋଗ କରିଛନ୍ତି। ଦୀର୍ଘ ୧୫ବର୍ଷ ବିତି ଯାଇଥିଲେ ମଧ୍ୟ ସରପଞ୍ଚ କିମ୍ବା ବିଭାଗ ତରଫରୁ ଖୋଲାକୂପର ପୁନରୁଦ୍ଧାର କରାନଯିବା ଦ୍ଵାରା ଖରା ଚାରିମାସ ଭୀଷଣ ଜଳକଷ୍ଟର ସମ୍ମୁଖୀନ ହେଉଛନ୍ତି।

ଏହାର ସମାଧାନ ପାଇଁ ଗତ ମାର୍ଚ୍ଚ ୧୧ ଏବଂ ୨୧ ତାରିଖରେ ଗାଲପଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ପାନୀୟଜଳ ବିଭାଗର କନିଷ୍ଠଯନ୍ତ୍ରୀ ଓ ବାଲିମୀ ଥାନା ଅଧିକାରୀ ମିଲନ କୁମାର ଶତପଥୀଙ୍କର ଉପସ୍ଥିତରେ ଏକ ବୈଠକ ଅନୁଷ୍ଠିତ ହୋଇ ଏହାର ସମାଧାନ କରାଯାଇଥିଲା। ସରପଞ୍ଚ ନିଜର ରାଜନୈତିକ ସ୍ୱାର୍ଥହାସଲ ପାଇଁ କିଛି ଅସାଧୁ ବ୍ୟକ୍ତିଙ୍କ ସହାୟତାରେ ମନଇଚ୍ଛା ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରିବା
ସହିତ ପମ୍ପ ଚାଳକଠାରୁ ବଳପୂର୍ବକ ଦାବିନେଇ ମନଇଚ୍ଛା ସପ୍ତାହରେ ଗୋଟିଏ ଦିନ ପମ୍ପ ଚଲେଇବା ଦ୍ଵାରା ଲୋକମାନେ ଜଳ ପାଇବାରୁ ବଞ୍ଚିତ ହେବା ସହିତ ଗ୍ରୀଷ୍ମ ଦିନରେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଗାଲପଡା ଗ୍ରାମ ପାଇଁ ନିର୍ମାଣ ହୋଇଥିବା ପାନୀୟଜଳ ପ୍ରକଳ୍ପକୂ ବଳପୂର୍ବକ କୋଠାଳୁ ଗ୍ରାମକୁ ସଂଯୋଗ କରିବାଦ୍ୱାରା ଗ୍ରାମର ମହିଳା ବିରୋଧ କରିବାରୁ ସରପଞ୍ଚ ଏବଂ ତାଙ୍କୁୁ ଉପସ୍ଥିତ ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାସହିତ ଗ୍ରାମପଞ୍ଚାୟତ ପିଅନ ଦ୍ଵାରା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ନାମରେ ବାଲିମୀଥାନାରେ ଏକ ଏତଲା ଦାୟର କରିଥିବାରୁ ଆଜି ଗ୍ରାମର ଶତାଧିକ ମହିଳା ହିନ୍ଦୋଳ ବିଡ଼ିଓଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।

new life
You might also like
error: Content is protected !!