News
WhatsApp Image 2023-10-04 at 17.25.00
samparksetu

ମା’ଙ୍କୁ ପିଟିପିଟି ମାରିଦେଲା ଝିଅ !

ଭୁବନ ଥାନା ଧଳପଡା ପଞ୍ଚାୟତ ବ୍ରାହ୍ମଣ ଖଣ୍ଟଖୋଲ ଗ୍ରାମର ଜଣେ ମାନସିକ ବିକୃତ ମହିଳାଙ୍କ ମାଡ଼ରେ ୮୫ବର୍ଷର ବୃଦ୍ଧା ଙ୍କ ମୃତ୍ୟ ହୋଇଯାଇଛି। ସ୍ବର୍ଗତ ବିଭୂତି ଭୂଷଣ ଦାସ ଙ୍କ ସ୍ତ୍ରୀ ଦୁର୍ଗାବତୀ ଦାସ( ୮୫)ଙ୍କୁ ତାଙ୍କ ସ୍ବାମୀ ପରିତ୍ୟକ୍ତା ଝିଅ ଆଶାଲତା (୫୫) ଶନିବାର ପୂର୍ବାହ୍ନରେ ଏକ କାଠ ଫାଳିଆରେ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆଶାଲତାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି। ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । ସ୍ବର୍ଗତ ବିଭୂତି ଭୂଷଣ ଦାସଙ୍କ ୫ଟି ଝିଅ ଓ ଗୋଟିଏ ପୁଅ।, ସମସ୍ତେ ବିବାହିତ। ଆଶାଲତା ଢେଙ୍କାନାଳ ସଦରରେ ବିବାହ କରିଥିଲେ । ବିବାହର ୬ ମାସ ମଧ୍ୟରେ ସ୍ବାମୀ ଘରୁ ଚାଲିଆସି ବାପ ଘର ବ୍ରାହ୍ମଣ ଖଣ୍ଟଖୋଲରେ ରହିଥିଲେ। ଆଜି ପୂର୍ବାହ୍ନ ରେ ମା ସହ କଳି ହେବାରୁ କାଠ ଫାଳିଆ ରେ ମା କୁ ଲଗାତାର ପିଟି ଚାଲିଥିଲେ। ପୋଲିସ ଆଶାଲତା କୁ ଅଟକ ରଖିବା ସହ ମାଡ ମାରିବା ରେ ବ୍ୟବହୃତ ଡିକିରା କୁ ମଧ୍ୟ ଜବତ କରିଛି। ଆଶାଲତା ହେଉଛନ୍ତି ସ୍ବର୍ଗତ ବିଭୂତି ଭୂଷଣ ଙ୍କ ର ଚତୁର୍ଥ ଝିଅ ଅଟନ୍ତି। ସେ ବିବାହ ର ୬ ମାସ ପରେ ବାପ ଘରକୁ ପଳେଇ ଆସି ରହୁଥିଲେ ।

new life
You might also like
error: Content is protected !!