News
WhatsApp Image 2023-10-04 at 17.25.00
samparksetu

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ଅସହ୍ୟ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଟେବୁଲ ଫ୍ୟାନ ସଜାଡୁ ଥିବା ବେଳେ ବିଦ୍ୟୁତ ଆଘାତରେ ଯୁବକଙ୍କର ମୃତ୍ୟୁ ହୋଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ସାମଳ ଗାଁରେ ।

ଗାଁର ପ୍ରକାଶ ଥାଟୋଇ ଗତକାଲି ରାତି ପ୍ରାୟ ଦଶଟା ସମୟରେ ଖାଇସାରି ଶୋଇବା ସମୟରେ ଟେବୁଲ ଫ୍ୟାନ ଅନ୍ କରିଥିଲେ ମାତ୍ର ତାହା କାମ କରିନଥିଲା। ତେବେ ସେହି ଫ୍ୟାନଟିକୁ ଖୋଲି ସଜାଡୁଥିବା ସମୟରେ କରେଣ୍ଟ ଲାଗି ଯାଇଥିଲା । ପରିବାର ଲୋକେ ପ୍ରକାଶଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

new life
You might also like
error: Content is protected !!