News
WhatsApp Image 2023-10-04 at 17.25.00
samparksetu

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ ନଂ-୨ର ଲୁଣିଖିଆ ମୌଜାରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ କୌଣସି ପରିଚୟ ମିଳି ପାରିନାହିଁ।

ଘଟଣା ସ୍ଥଳରେ ଭୁବନ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ପାରିପାର୍ଶ୍ବିକ ଘଟଣାରୁ ମୃତ ଯୁବକଙ୍କ ବେକରେ ଦଉଡିର କଳା ଦାଗ ଥିବା ଦେଖିବାକୁ ମିଳିଛି । ତେବେ ଘଟଣାରୁ ଅନୁମାନ କରାଯାଉଛି କେହି ତାଙ୍କୁ ହତ୍ୟା କରି ଏଠାରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ପ୍ରକୃତ ଘଟଣା ପୋଲିସର ତଦନ୍ତ ପରେ ଜଣାପଡିବ। ମୃତଦେହକୁ ଉଦ୍ଧାର ପରେ ଶବ ବ୍ୟବଛେଦ ପାଇଁ ପଠେଇଛି ଭୁବନ ପୋଲିସ ।

new life
You might also like
error: Content is protected !!