News
WhatsApp Image 2023-10-04 at 17.25.00
samparksetu

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଆବଶ୍ୟକ ଠାରୁ ଅଛନ୍ତି ଖୁବକମ୍ ଡାକ୍ତର , ନାହାନ୍ତି ରେଡିଓଲୋଜିଷ୍ଟ ହୋଇପାରୁନାହିଁ ଅଲ୍‌ଟ୍ରାସାଉଣ୍ଡ

ଢେଙ୍କାନାଳ ଜିଲ୍ଲା କୁ ସ୍ବାସ୍ଥ୍ୟ ବିଭାଗର ହେହ୍ୟ ମନୋଭାବ, ବିପର୍ଯ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟ ସେବା ଆବଶ୍ୟକ ଠାରୁ ଖୁବ କମ୍ ଡାକ୍ତର ଙ୍କୁ ନେଇ ଚାଲିଛି ଚିକିତ୍ସା । ୬ ମହଲା ବିଶିଷ୍ଠ କୋଠା ହେଲେ ମଧ୍ୟ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ସେବାରେ କାମରେ ଆସୁନାହିଁ । ସୂଚନା ଅନୁଯାୟୀ ଜିଲ୍ଲାରେ ୪୪୦ ଡାକ୍ତରୀ ପଦବୀ ଥିବା ବେଳେ ଫାଙ୍କା ପଡିଛି ୨୩୯ ପଦବୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହାନ୍ତି ରେଡିଓଲୋଜିଷ୍ଟ ହୋଇପାରୁନି ରୋଗୀଙ୍କ ଅଲ୍‌ଟ୍ରାସାଉଣ୍ଡ ।

ଆବଶ୍ୟକ ଠାରୁ ଖୁବ କମ ଡାକ୍ତର ଥିବାରୁ ବିଭିନ୍ନ ବିଭାଗ ଆଗରେ ରୋଗୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ଜଟିଳ ରୋଗର ଚିକିତ୍ସା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ମଧ୍ୟ ଶେଷକୁ କଟକ ପାଇଁ ରେଫର କରାଯାଉଥିବାରୁ ନିରାଶ ହେଉଛନ୍ତି ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ।

ସେହିପରି ମିଳିଥିବା ସୂଚନା ଅନୁଯାୟୀ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ପାଇଥିବା ରେଡିଓଲୋଜିଷ୍ଟଙ୍କୁ ସ୍ବାସ୍ଥ୍ୟ ବିଭାଗ ଦୁଇ ମାସ ହେଲା ବଦଳି କରିଦେଇଥିବା ବେଳେ ତାଙ୍କ ସ୍ଥାନରେ ପୂରଣ ନହେବା ଯୋଗୁଁ ରୋଗୀ ଅଲ୍‌ଟ୍ରାସାଉଣ୍ଟ କରାଇପାରୁ ନାହାନ୍ତି । ମୁଖ୍ୟ ଚିକିତ୍ସାଳୟରେ ଥିବା ଦୁଇଟି ଅଲ୍‌ଟ୍ରାସାଉଣ୍ଟ ମେସିନ ଦୀର୍ଘ ବର୍ଷ ହେବ ପଡିରହିଛି ।

ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ଗର୍ଭବତୀ ମହିଳା ହୁଅନ୍ତୁ ବା କିଡ୍‌ନୀ କିମ୍ବା ଷ୍ଟୋନ୍ ରୋଗୀ ବେସରକାରୀ କେନ୍ଦ୍ରରେ ଅଲ୍‌ଟ୍ରାସାଉଣ୍ଡ୍ କରିବାକୁ ବାଧ୍ୟ ହେଉଛନ୍ତି । ରେଡିଓଲୋଜିଷ୍ଟ ପଦବୀ ପୂରଣ ନିମନ୍ତେ ବାରମ୍ବାର ପ୍ରଚେଷ୍ଟା ଜାରି ରହିଥିବା ବେଳେ, ଜଣେ ଡାକ୍ତରଙ୍କୁ ତାଲିମ ଦିଆଯାଇ କେବଳ ଗର୍ଭବତୀଙ୍କ ଅଲ୍‌ଟ୍ରାସାଉଣ୍ଡ ହେଉଥିବା ସୂଚନା ଦେଇଛନ୍ତି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦିଲ୍ଲୀପ କୁମାର ବିଶ୍ଵାଳ । ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ସେବାକୁନେଇ ଜନପ୍ରତିନିଧି ଚୁପ୍ ରହିଥିଵା ହେତୁ ଜିଲ୍ଲାବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।

new life
You might also like
error: Content is protected !!