News
WhatsApp Image 2023-10-04 at 17.25.00
samparksetu

ହାତୀ ନେଲା ବୃଦ୍ଧାଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲା ବଳରାମ ପ୍ରସାଦ ସ୍ଥିତ ପାନିକଝର ପାହାଡତଳ ଆମ୍ବତୋଟାରେ ଆମ୍ବ ଗୋଟାଉଥିବା ସମୟରେ ଏକ ବଣୁଆ ହାତୀ ସମ୍ମୁଖରେ ପାଇ ଦଳିଦେବାରୁ ଘଟଣା ସ୍ଥଳରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ମୃତବୃଦ୍ଧା ହେଉଛନ୍ତି ନିକଟସ୍ଥ ବଳରାମପ୍ରସାଦ ଗ୍ରାମର ୭୫ ବର୍ଷ ବୟସ୍କା ଲକ୍ଷ୍ମୀପ୍ରିୟା ମହାପାତ୍ର ।

ସୂଚନା ଅନୁଯାୟୀ , ପ୍ରତଦିନ ପରି ଆଜି ଭୋରରୁ ଆମ୍ବତୋଟାକୁ ଆମ୍ବ ଗୋଟେଇବା ପାଇଁ ଯାଇଥିଲେ । ହଠାତ ଏକ ବଣୁଆ ହାତୀ ସମ୍ମୁଖରେ ପଡିଯିବାରୁ ହାତୀଟି ବୃଦ୍ଧାଙ୍କୁ ଦଳିଦେବାରୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଖବର ପାଇ ପରିବାର ଓ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ବନ ବିଭାଗକୁ ଖବର ଦେଇଥିଲେ । ଓଡାପଡା ବନରକ୍ଷୀ ସୁବାଷ ଚନ୍ଦ୍ର ସାହୁ ଓ ରେଞ୍ଜର ବିରୁଦାନନ୍ଦ ମିଶ୍ର ଓ ହିନ୍ଦୋଳ ରୋଡ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ ।

ଢେଙ୍କାନାଳ ସାଂସଦ ତଥା ହିନ୍ଦୋଳ ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀ ମହେଶ ସାହୁ ଓ ଓଡାପଡା ପଞ୍ଚାୟତ ସମିତିର ଭାଇସ ଚେୟାରମ୍ୟାନ ଅମିତାଭ ସ୍ବାଇଁ ଘଟଣା ସ୍ଥାନରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣେଇଛନ୍ତି । କ୍ଷତିପୂରଣ ବାବଦରେ ନଗର ୬୦ ହଜାର ଟଙ୍କାର ଚେକ୍ ପରିବାର ଲୋକଙ୍କୁ ବନବିଭାଗ ତରଫରୁ ପ୍ରଦାନ କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏ ଅଞ୍ଚଳରେ ବଣୁଆ ହାତୀମାନଙ୍କର ସଠିକ ତଥ୍ୟ ସର୍ବସାଧାରଣଙ୍କ ଠାରେ ମିଳି ପାରୁନଥିବାରୁ ଉଦବେଗ ପ୍ରକାଶ ପାଇଛି ।

new life
You might also like
error: Content is protected !!