News
WhatsApp Image 2023-10-04 at 17.25.00
samparksetu

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ

ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌)ର ପରିବେଶ ପରିଚାଳନା ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଜୈବିକ ବିବିଧତା
ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷର ବିଷୟବସ୍ତୁ ‘‘ଯୋଜନାର ଅଂଶ ହୁଅ’’ (ବି ଏ ପାର୍ଟ ଅଫ ଦି ପ୍ଳାନ) ଶୀର୍ଷକ ଆଲୋଚନା ଚକ୍ର ୨୦୨୪ ମେ ୨୨ ତାରିଖରେ ଟିଏସଏମର ହାଉସିଂ କଲୋନୀସ୍ଥିତ କିସିଣ୍ଡା କ୍ଲବରେ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଟିଏସଏମର ସେୟାର୍ଡ ସର୍ଭିସେସ୍ ମୁଖ୍ୟ ବେଦ ପ୍ରକାଶ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଂଶଗ୍ରହଣକାରୀଙ୍କୁ ଏହି ଅଞ୍ଚଳର ଜୈବ ବିବିଧତାର ସଂରକ୍ଷଣ ତଥା ପ୍ରୋତ୍ସାହନ କରିବାରେ ସମସ୍ତଙ୍କୁ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ବିଶ୍ୱ ପରିବେଶ ଦିବସ ତଥା ଟାଟା ଦୀର୍ଘ ସ୍ଥାୟୀତ୍ୱ ମାସ ପାଳନ ପାଇଁ ଟାଟା ଷ୍ଟିଲ ମେରମଣ୍ଡଳୀ ଦ୍ୱାରା ଆୟୋଜନ କରାଯାଉଥିବା କାର୍ଯ୍ୟକଳାପ ଓ କାର୍ଯ୍ୟକ୍ରମ ବିଷୟରେ ଟିଏସଏମର ପରିବେଶ ମୁଖ୍ୟ ଅନୂପ ଶ୍ରୀବାସ୍ତବ ସୂଚନା ଦେଇଥିଲେ ।

ବରିଷ୍ଠ ପରିବେଶ ଯନ୍ତ୍ରୀ ଦିଲୀପ କୁମାର ଦାସ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି), ଓଡ଼ିଶାର ଆଇନ ପରାମର୍ଶଦାତା ଭଗତ ପ୍ରସାଦ ପାଟ୍ଟଯୋଶୀ ଯଥାକ୍ରମେ \”ଓଡ଼ିଶାରେ ବାୟୁ ଗୁଣବତା ପରିଚାଳନା ଦୃଶ୍ୟ ଏବଂ ନାଗରିକଙ୍କ ଭୂମିକା’ ଏବଂ \”ପରିବେଶ ଆଇନ ଏବଂ ନିୟାମକ ଦାୟିତ୍ୱ’ ଶୀର୍ଷକ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଟିଏସମର ୧୦୦ରୁ ଅଧିକ କର୍ମଚାରୀଙ୍କ ସମେତ ସମସ୍ତ ଅଂଶଗ୍ରହଣକାରୀ ‘‘ମିଶନ୍ ଲାଇଫ” ଉପରେ ଶପଥ ନେଇଥିଲେ ।

ଏସପିସିବିର ଅନୁଗୁଳ ଆଂଚଳିକ କାର୍ଯ୍ୟାଳୟର ବବି ବେହେରା ଓ ସୌମ୍ୟରଞ୍ଜନ କୁମାର, ଟିଏସଏମର ପରିବେଶ ମୁଖ୍ୟ ସଞ୍ଜୀବ କୁମାର ପାଲଙ୍କ ସମେତ ଟିଏସଏମର ପରିବେଶ ପରିଚାଳନା ବିଭାଗର ସନ୍ତୋଷ କୁମାର ପାଟ୍ଟଯୋଶୀ, ନୃସିମା ଥାରାଙ୍କ ସମେତ ଟିମ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ ।

new life
You might also like
error: Content is protected !!