News
WhatsApp Image 2023-10-04 at 17.25.00
samparksetu

ଭୁଲ ଧାରଣାରେ ଅଟକିଲା ଟ୍ରେନ୍ ; ଷ୍ଟେସନ ସୁପରିଟେଣ୍ଡେଣ୍ଟ ନିଲମ୍ବିତ ,ଷ୍ଟେସନ ମ୍ୟାନେଜର ଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍

ଢେଙ୍କାନାଳ ରେଳ ଷ୍ଟେସନ ରେ ଗତ ୧୫ ତାରିଖ ସକାଳ ୭ଟା ୪୬ ରେ ଭୁବନେଶ୍ଵର – ସୋନପୁର ଏକ୍ସପ୍ରେସ ୧ ନମ୍ବର ପ୍ଲାଟଫର୍ମ ବଦଳରେ ମଝିରେ ଯାଇଥିବା ରେଳ ଧାରଣା ରେ ଭୁଲ ରେ ଅଟକି ଥିଲା । ଫଳରେ ଯାତ୍ରୀ ମାନେ ଟ୍ରେନ ରୁ ଓହ୍ଲାଇବା ଏବଂ ଚଢ଼ିବା ରେ ବ୍ୟାପକ ଅସୁବିଧା ର ସମ୍ମୁଖୀନ ହେଇଥିଲେ । ଏଥି ସହିତ ସେହି ସମୟରେ ମଝି ଧାରଣା ରେ କୌଣସି ମାଲଗାଡ଼ି ଟ୍ରେନ ନ ଥିବା ଏବଂ ଆସୁ ନ ଥିଲା , ଯାହା ଫଳରେ ଏକ ବଡ଼ ଧରଣ ର ଦୁର୍ଘଟଣା ଘଟିବା ସମ୍ଭାବନା ରହିଥିଲା ।

ଭୁଲ ସିଗନାଲ ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ । ଏହି ଘଟଣା ଜାଣିବା ପରେ ଖୋର୍ଦ୍ଧା ରୋଡ଼ ରେଳ ବିଭାଗ ପକ୍ଷରୁ ଘଟଣା ଦିନ ଷ୍ଟେସନ ସୁପରିଟେଣ୍ଡେଣ୍ଟ ଦାୟିତ୍ଵ ରେ ଥିବା ସୁଶାନ୍ତ କୁମାର ସାମଲ ଙ୍କୁ ନିଲମ୍ବିତ କରାଯାଇଛି ଏବଂ ଘଟଣା ର ଅଧିକ ତଦନ୍ତ ଜାରି ରହିଛି ବୋଲି ଖୋର୍ଦ୍ଧା ରୋଡ଼ ପି.ଆର୍ ଓ ଲତିକା ପଣ୍ଡା ସୂଚନା ଦେଇଛନ୍ତି । ସେ ଘଟଣା ସମୟ ପୂର୍ବରୁ ଷ୍ଟେସନ ମ୍ୟାନେଜର ପି.କେ. ବାରିକ ଙ୍କୁ ଦାୟିତ୍ଵ ଦେଇ ଅନ୍ୟ କୌଣସି ନିଜ କାର୍ଯ୍ୟରେ ଯାଇଥିଲେ । ଷ୍ଟେସନ ମ୍ୟାନେଜର ଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା ଜଣାପଡ଼ିଛି ।

new life
You might also like
error: Content is protected !!