News
WhatsApp Image 2023-10-04 at 17.25.00
samparksetu

ରାସ୍ତାନିର୍ମାଣ ବନ୍ଦକୁ ନେଇ , ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କଲେ ଲୋକେ

ରାସ୍ତା ନିର୍ମାଣରେ ବାଧାସୃଷ୍ଟି ଓ ରାସ୍ତା ନିର୍ମାଣ ବନ୍ଦ ଯୋଗୁଁ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ୱାର୍ଡନଂ -୧୫ବାସୀଙ୍କ ସହ ଆଖପାଖ ୩/୪ଟି ପଂଚାୟତ ବାସି ଆଜି ଦିନ ତମାମ ଘେରିଥିଲେ ହିନ୍ଦୋଳ ଉପଜିଲ୍ଲାପାଳ, ତହସିଲ ଓ ଏନ ଏ ସି ଅଫିସ ।

ବନ୍ଦ ରହିଲା ସରକାରୀ କାର୍ଯ୍ୟ, ଜନସାଧାରଣ ନାହିଁ ନଥିବା ହିନସ୍ଥା ଭୋଗିଲେ । ଖବରରୁ ପ୍ରକାଶ , ହିନ୍ଦୋଳ ଏନଏସିରୁ ଆରମ୍ଭ ହୋଇଥିବା ୱାର୍ଡ ନଂ-୧୫ର ସିଙ୍କୋଳ,ଜାମ୍ମୁ ସାହି, ନୁଆସାହି, ବରଗୋଜ,କୁଳିଆତୋଟା ଓ ନୂଆପାଟଣା ଦେଇ ରାସୋଳ,ମାଧପୁର, ଇଲିରିସିଙ୍ଗା ପଂଚାୟତକୁ ସଂଯୋଗ କରୁଥିବା ରାସ୍ତାଟି ରାଜ୍ୟସରକାର ଙ୍କ ଦ୍ୱାରା ୧୪କୋଟି ଟଙ୍କା ଅନୁମୋଦିତ ହୋଇ ଟେଣ୍ଡର ହୋଇ ରାସ୍ତା କାର୍ଯ୍ୟ ଚାଲୁଥିବାବେଳେ ନିର୍ମାଣ ଆରମ୍ଭ ହେବାବେଳଠାରୁ ବିନାକାରଣରେ ଆଲୁସିଂ ଗ୍ରାମ ନିକଟରେ ବିରୋଧ କରୁଛନ୍ତି କିଛି ବ୍ୟକ୍ତି ।

ସ୍ଥାନୀୟ ଜନସାଧାରଣଙ୍କ ଗତ ୧୦/୬/୨୪ରିଖରେ ୭ଦିନ ମଧ୍ୟରେ ସ୍ଥାୟୀ ସମାଧାନ ପାଇଁ ହିନ୍ଦୋଳ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଅନୁଯାଇ ଉକ୍ତ ପାଞ୍ଚ ଗ୍ରାମକୁ ମୁଖ୍ୟ ରାସ୍ତାଠାରୁ ସଂଯୋଗ କରୁଥିବା ରାସ୍ତାଟି ଆରଡି(RD) ବିଭାଗ ଚଳିତବର୍ଷ ପିଡବ୍ଲୁଡି (PWD) ବିଭାଗକୁ ହସ୍ତାନ୍ତର କରି ଚଳିତ ବର୍ଷ ରାସ୍ତା ନିର୍ମାଣ ପାଇଁ ମୁଖ୍ୟରାସ୍ତାଠାରୁ ୮କିମି ୭୦୦ମିଟର ହିନ୍ଦୋଳ ଏନଏସି ମଧୁବନଠାରୁ ଆଲୁସିଂ ସ୍କୁଲ ଦେଇ ସିଙ୍କୋଳ ଗ୍ରାମ ପର୍ଯ୍ୟନ୍ତ ଟେଣ୍ଡର ହୋଇ ଜୈନିକ ଠିକାଦାର କାମଟି କରୁଅଛନ୍ତି ।

ମାତ୍ର ୧୫ନଂ ୱାର୍ଡର ଆଲୁସିଂ ଗ୍ରାମଠାରେ କିଛି ବ୍ୟକ୍ତି ଗ୍ରାମର ମହିଳାମାନଙ୍କୁ ସାମ୍ନାରେରଖି ରାସ୍ତା ନିର୍ମାଣରେ ବାରମ୍ବାର ବାଧାସୃଷ୍ଟି କରି ରାସ୍ତା ନିର୍ମାଣ ବନ୍ଦ କରୁଛନ୍ତି ଫଳରେ ହଜାର ହଜାର ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ , ସେଠାରେ ସରକାରୀ ରେକର୍ଡ ସ୍ଥାନରେ ରାସ୍ତା ରହିଅଛି ମାତ୍ର କିଛି ବ୍ୟକ୍ତି ଉକ୍ତ ସରକାରୀ ଜାଗା ହଡପ କରିରଖିଛନ୍ତି ଓ ପୂର୍ବରୁ ମଧ୍ୟ ହିନ୍ଦୋଳ ଏନଏସି ତରଫରୁ ବହୁଥର ଆଲୁସିଂ ଗ୍ରାମ ଠାରୁ ସ୍କୁଲଦେଇ ବରଗୋଜ, କୁଳିଆତୋଟା ଦେଇ ରାସ୍ତାନିର୍ମାଣ ଉଦ୍ୟମ କରାଯାଇଥିଲେ ମଧ୍ୟ କିଛି ନିର୍ଦ୍ଧିଷ୍ଟ କିଛି ଖଳପ୍ରକୃତିର ଅସାମାଜିକ ଲୋକଙ୍କ ପ୍ରରୋଚନାରେ ବାରମ୍ବାର ରାସ୍ତା ନିର୍ମାଣରେ ଗଣ୍ଡଗୋଳ କରି ବାଧାସୃଷ୍ଟି କରିଆସୁଥିବାରୁ ରାସ୍ତାଟି ନିର୍ମାଣ ଅଟକାଯାଉଛି । ରାସ୍ତାପାଇଁ ଉକ୍ତ ଅଞ୍ଚଳ ଦେଇ ସରକାରୀ ରେକର୍ଡ ରାସ୍ତାକୁ ଅଞ୍ଚଳ ବାସିଙ୍କ ଅଭିଯୋଗକୁ ଭିତ୍ତିକରି ହିନ୍ଦୋଳ ତହସିଲଦାରଙ୍କ ପକ୍ଷରୁ ରାସ୍ତା ମାପପାଇଁ କିଛିଦିନ ପୂର୍ବରୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସ୍ଥାନୀୟ ଆଲୁସିଂ ଗ୍ରାମର କିଛି ମହିଳା ଓ ପୁରୁଷ ଗଣ୍ଡଗୋଳ କରି ମାପକାର୍ଯକୁ କରାଇ ଦେଇନଥିବା ଦେଖିବାକୁ ମିଳିଥିଲା ।

ଫଳରେ ପୂର୍ଵ ଲିଖିତ ଅଭିଯୋଗ ଅନୁଯାଇ ଆଜି ଅସନ୍ତୁଷ୍ଟ ହିନ୍ଦୋଳ ଏନଏସି ୧୫ନଂ ୱାର୍ଡ ଓ ମାଧପୁର, ଇଲିରିସିଙ୍ଗା ଓ ରସୋଳ ପଂଚାୟତର କ୍ଷତିଗ୍ରସ୍ତ ଶହଶହ ଜନସାଧାରଣ ହିନ୍ଦୋଳ ଉପଜିଲ୍ଲାପାଳ, ତହସିଲ ଓ ଏନଏସି ଅଫିସ ଘେରାଉ କରିବା ସହ ଅବରୋଧ କରିଥିଲେ ।l ଯାହା ଫଳରେ ତିନି ପ୍ରମୁଖ ଅଫିସ କାର୍ଯ୍ୟ ଠପ ହୋଇଯାଇଥିଲା ।

new life
You might also like
error: Content is protected !!