News
WhatsApp Image 2023-10-04 at 17.25.00
samparksetu

ଗୋରଡିଆ ଗାଁରେ ଗତବର୍ଷ ଭଳି ପୁଣି ଭାଙ୍ଗିଲା କେନାଲ

ସରକାର ଚାଷୀ ଓ ଚାଷର ଉର୍ଣ୍ଣତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବାସ୍ତବରେ ତାହା କିପରି ଖର୍ଚ୍ଚ ହେଉଛି ଏହେଲା ତାର ଜ୍ୱଳନ୍ତ ଉଦାହରଣ ।ଗତବର୍ଷ କେନାଲ ଭାଙ୍ଗିଥିଲା ପୁଣି ଏହି ବର୍ଷ ପ୍ରଥମ ପାଣି କେନାଲରେ ଯେତେବେଳେ ଆସିଥିଲା ପୁଣି ଭାଙ୍ଗିଲା କେନାଲ ।କାମାକ୍ଷାନଗର ଗୋରଡିଆ ଗାଁରେ ଥିବା ରେଙ୍ଗାଳୀ କେନାଲ ଗତବର୍ଷ ଭାଙ୍ଗିଥିଲା କେନାଲ ଚାଷୀମାନେ ବହୁତ କ୍ଷତି ସହିଥିଲେ ।

ଗତବର୍ଷ ନୂତନ ଭାବରେ କାମ ହୋଇଥିଲା ଆରମ୍ଭରୁ ନିମ୍ନ ମାନର କାମ ହେଉଥିବା ଚାଷୀମାନେ ଅଭିଯୋଗ କରିଥିଲେ କିନ୍ତୁ ଏହାକୁ ବିଭାଗୀୟ ଅଧିକାରୀ ଭୁକ୍ଷେପ କରିନଥିଲେ ଯାହାଫଳରେ ଭାଙ୍ଗିଥିଲା କେନାଲ ।ପୁଣି ଚଳିତ ବର୍ଷ କେନାଲ ଭାଙ୍ଗିଛି ଯାହାଫଳରେ ତଳ ମୁଣ୍ଡରେ ଥିବା ଚାଷୀଙ୍କର ଜମିକୁ ପାଣି ଯାଉନାହିଁ ।ବର୍ଷା ସଠିକ ସମୟରେ ହେଉନାହିଁ ଆଉ ଏପଟେ କେନାଲ ଥାଇ ମଧ୍ୟ ପାଣି ଭାଙ୍ଗିଥିବାରୁ ପାଣି ମାଡୁନାହିଁ ।ପ୍ରାୟ ୫୦ ଏକର ଉପରେ ଚାଷଜମି ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି ।ତଳ ମୁଣ୍ଡରେ ଜମି ଫାଟି ଆଁ କଲାଣି ଆଉ ଚାଷୀ ମାନେ ଚାଷ ପାଇଁ ପକାଇଥିବା ଧାନ ତଳି କଣ କରିବେ ସେହି ଚିନ୍ତାରେ ଅଛନ୍ତି ।ବିଭାଗୀୟ ଅଧିକାରୀଙ୍କୁ ଯେତେ କହିଲେ ବି କୌଣସି ସୁଫଳ ମିଳୁନାହିଁ ।ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

new life
You might also like
error: Content is protected !!