News
WhatsApp Image 2023-10-04 at 17.25.00
samparksetu

ବଜ୍ରପାତ ରେ ଜଣେ ମୃତ , ଜଣେ ଗୁରୁତର

ହିନ୍ଦୋଳ ଉପଖଣ୍ତ ରାସୋଳ ଥାନା ଅନ୍ତର୍ଗତ ଚିତ୍ତଳପୁର ଗ୍ରାମରେ ଏକ ଅଭାବନିୟ ଘଟଣାକ୍ରମେ ୨୭ ତାରିଖ ଗରୁବାର ବଜ୍ରପାତ କାରଣରୁ ଜଣେ ମୃତ୍ୟବରଣ କରିଥିବା ସମୟରେ ଜଣେ ଗୁରୁତର ଆହାତ ହୋଇଛନ୍ତି ।

ସୂଚନା ଅନୁଯାୟୀ , ଚିତ୍ତଳପୁର ଗ୍ରାମର ଭ୍ରମରବର ବେହେରାଙ୍କ ପୁତ୍ର ମୋହନ ବେହେରା (୩୫) ଓ ଧରଣୀ ବେହେରାଙ୍କ ପୁଅ କୁମର ବେହେରା ( ୩୦) ବିଲରୁ କାମ ସାରି ସାଥିହୋଇ ଘରକୁ ଫରୁଥିବା ସମୟରେ ଗ୍ରାମର ତାରିଣୀ ମନ୍ଦିର ପାଖରେ ବର୍ଷା କାରଣରୁ କିଛି ସମୟ ରହିବା ପାଇଁ ଏକ ଗଛ ମୁଳକୁ ଯାଇଥିବା ସମୟରେ ହଠାତ୍ ବଜ୍ରପାତ ଯୋଗୁଁ ଘଟଣା ସ୍ଥଳରେ ମୋହନ ଟଳି ପଡିଥିଲେ ଏବଂ ସାଥି କୁମର ଗୁରୁତର ଆହତ ହୋଇଥିଲେ । ଖବର ପାଇ ଗ୍ରାମବାସୀ ଉଭୟଙ୍କୁ ଆଶୁ ଚିକିତ୍ସା ପାଇଁ ଖଜୁରିଆକଟା ସ୍ୱାସ୍ଥ୍ୟ କେନ୍ଦ୍ର ନେବା ପରେ ଡାକ୍ତର କୁମରର ଅଧିକ ଚିକତ୍ସା ପାଇଁ ବଡ଼ ଡାକ୍ତରଖାନା କଟକକୁ ସ୍ତାନାନ୍ତର କରିବା ସହ ମୋହନ କୁ ମୃତ ଘୋଷଣା କରି ଶବ ବ୍ୟବଛେଦ ନିମନ୍ତେ ହିନ୍ଦୋଳ ଉପଖଣ୍ତ ଡାକ୍ତରଖାନାକୁ ପଠାଇଥିଲେ , ସେଠାରେ ଶବ ବ୍ୟବଛେଦ ପରେ ପରିବାର ଲୋକ ତାଙ୍କୁ ଆଣି ଗ୍ରାମ ସ୍ମଶାନରେ ଅନ୍ତିମ ସଂସ୍କାର କରିଛନ୍ତି ।

new life
You might also like
error: Content is protected !!