News
WhatsApp Image 2023-10-04 at 17.25.00
samparksetu

ଆଠ ମାସ ହେଲା ଗାଁ ଅନ୍ଧାରରେ, ଶୁଣୁନାହାନ୍ତି ବିଦ୍ୟୁତ ବିଭାଗ ଅଧିକାରୀ

ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ କଳାଙ୍ଗ ଗ୍ରାମ ପଞ୍ଚାୟତ କାଳିକା ପ୍ରସାଦ ଗ୍ରାମର ସହାଦେବ ସାହି ବାସିନ୍ଦା ଗତ ଆଠ ମାସ ହେଲା ଅନ୍ଧାରରେ ଚଳିଆସୁଛନ୍ତି l ବିଦ୍ୟୁତ ଟ୍ରାନ୍ସଫର୍ମରଟି ଅତି ପୁରୁଣା ତଥା ନିମ୍ନ ସଂଖ୍ୟକ ପରିବାର ପାଇଁ ଲାଗିଥିଲା l ଏବେ ଧୀରେ ଧୀରେ ପରିବାର ଲୋକ ସଂଖ୍ୟା ବଢିଚାଲିଛି l ଅଚାନକ କୌଣସି କାରଣ ବଶତଃ ବିଦ୍ୟୁତ ଟ୍ରାନ୍ସଫର୍ମରଟି ପୋଡି ଯାଇଛି l

ଏହା ଭାପୁର ବିଦ୍ୟୁତ ଯନ୍ତ୍ରୀଙ୍କ ଅନ୍ତର୍ଗତ ଥିବାରୁ ଆମ୍ଭ ଦଳିତ ବସ୍ତି ର ଲୋକମାନେ ଅନେକ ଥର ସେଠାକୁ ଯାଇ ନୂତନ ଟ୍ରାନ୍ସଫର୍ମର ଲଗାଇବା ପାଇଁ ଅନୁରୋଧ କରି ଆସୁଛୁ l ଗ୍ରାମଟି ଘଞ୍ଚ ଜଙ୍ଗଲ ଭିତରେ ଥିବାରୁ ହାତୀ ଏବଂ ଅନ୍ୟ ବନ୍ୟ ଜନ୍ତୁଙ୍କ ଭୟ ରହିଛି l ତଥାପି ଗତ ଆଠ ମାସ ହେଲା ଅତି ଦୟନୀୟ ଅବସ୍ଥାରେ ଭୟଭୀତ ହୋଇ ରହି ଆସୁଛୁ l ଆଗକୁ ବର୍ଷା ଆସୁଛି l ବନ୍ୟ ଜନ୍ତୁ ସହିତ ନାନା ପ୍ରକାର ସରୀସୃପ ଙ୍କ ଭୟ ମାଡି ଆସୁଛି କହି ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇ ନୂତନ ଟ୍ରାନ୍ସଫର୍ମର ଲଗାଇବା ପାଇଁ ଅନୁରୋଧ କରିଛନ୍ତି l

new life
You might also like
error: Content is protected !!