News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ବନ୍ଦ୍ ପାଇଁ ପ୍ରସ୍ତୁତି ବୈଠକ

ଆମ ପୋଖରୀ ଯୋଜନା ସମ୍ପୂର୍ଣ୍ଣ ବିଫଳ ପ୍ରତିବାଦରେ ଆସନ୍ତା ଜୁଲାଇ ୧୧ ସକାଳ ୮ ଟା ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବନ୍ଦ ପାଇଁ ଏକ ପ୍ରସ୍ତୁତି ବୈଠକ ଆବାହକ ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ଜିଲ୍ଲା ବଣିକ ସଙ୍ଘ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।ସର୍ବସମ୍ମତି କ୍ରମେ ଏହି ସମୟ ଧାର୍ଯ୍ୟ କରାଯାଇଛି l

ଏସମ୍ପର୍କରେ ଗତ ଜୁଲାଇ ୧ ତାରିଖ ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ଜିଲ୍ଲାପାଳ, ଢେଙ୍କାନାଳ ସାଂସଦ, ମନ୍ତ୍ରୀ, ପୌର ନିର୍ବାହୀ ଅଧିକାରୀ, ପୌର ଯନ୍ତ୍ରୀ ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇ ଦିଆଯାଇଥିଲା ଯେ ସହରାଞ୍ଚଳରେ ୧୨ ଟି ପୋଖରୀ ଭିତରେ ଥିବା ପଙ୍କ ମାଟି ତୁରନ୍ତ ବାହାରକୁ ନିଷ୍କାସନ କରାଯାଉ । ଆଠ ଦିନ ବିତିଯାଇଥିଲେ ମଧ୍ୟ ନା ଜିଲ୍ଲାପାଳ, ନଗରପାଳ, ଉପନଗରପାଳ, ନା ପୌର ପ୍ରଶାସନ, ନା ସରକାର, ନା ସ୍ଥାନୀୟ ବିଧାୟକ ଓ ସାଂସଦ ଆଲୋଚନା କଲେ ନାହିଁ ଏବଂ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେଲା ନାହିଁ ।

ଜିଲ୍ଲାର ଐତିହ୍ୟସମ୍ପର୍ଣ୍ଣ ସର୍ବପୁରାତନ ଭାଗିରଥି ସାଗର, କୁଞ୍ଜକାନ୍ତ ପୋଖରୀ , ହୀରା ସାଗର ପୋଖରୀ ଓ ଅନ୍ୟ ପୋଖରୀ ଗୁଡିକ ଭିତରେ ଏହି ପଙ୍କ ମାଟି ରଖାଯାଇ ଏହାର ଜଳ ଧାରଣ କ୍ଷମତାକୁ ସଂକୁଚିତ କରି ଅନେକ ପୋଖରୀ ଭିତରେ ମାଟି ଗଦା କରି ରଖିଛନ୍ତି । ଢେଙ୍କାନାଳର ଐତିହ୍ୟ ନଷ୍ଟ ନକରିବା ପାଇଁ ଏହି ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି l ଢେଙ୍କାନାଳ ସହର ବାସୀ ଏହି ପ୍ରତିବାଦକୁ ସଫଳ କରିବାପାଇଁ ବିଭିନ୍ନ ସଂଗଠନ ତରଫରୁ ଅନୁରୋଧ କରାଯାଇଛି ।

ଏହି ବୈଠକରେ ଓକିଲ ସଂଘ ସମ୍ପାଦକ ଟଙ୍କଧର ବେହେରା, ପୋଖରୀ ସୁରକ୍ଷା ସମିତି ସମ୍ପାଦକ ରୁଦ୍ରାନ୍ତ ଦଳେଇ, ବଣିକ ସଂଘ ସଭାପତି ରାଜେନ୍ଦ୍ର ଦାସ, ସଚେତନ ନାଗରିକ ଫୋରମ୍ ର ସମସ୍ତ କାର୍ଯ୍ୟକର୍ତ୍ତା, ପୂର୍ବତନ କାଉନସିଲର ଜ୍ଞାନଚlନ୍ଦ ମିଶ୍ର, ଶୁଭେନ୍ଦୁ ମହାପାତ୍ର, ପ୍ରଶାନ୍ତ ମିଶ୍ର, ଉପଦେଷ୍ଟା ଭରତ କୁମାର ଦାସ, ସଭାପତି ପଙ୍କଜ ନାୟକ, ଅଶୋକ ସ୍ୱାଇଁ, ବିକାଶ ସ୍ୱାଇଁ, ସମାଜ ସେବୀ ସରୋଜ ଶତପଥି, ବନଜା ମାନସିଂ, ପ୍ରଭାତୀ ମହାପାତ୍ର, ଉଦୟନାଥ ବେହେରା, ମନ୍ମଥ ରାଓ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ରଥ ସହ ବହୁ ବୁଦ୍ଧିଜୀବି ବହୁ ମୂଲ୍ୟ ମତାମତ ଦେଇଥିଲେ ।

new life
You might also like
error: Content is protected !!