News
WhatsApp Image 2023-10-04 at 17.25.00
samparksetu

ସାପ କାମୁଡ଼ାରେ ଜଣେ ମୃତ, ଜଣେ ଗୁରୁତର

ଗତକାଲି ରାତିରେ ଖାଇପିଇ ଶୋଇବା ପରେ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ -୫ଧୁନ୍ଦିନାଳି ଗ୍ରାମର ପୁଷ୍ପଲତା ବେହେରା (୪୫) ଓ ତାଙ୍କ ସ୍ୱାମୀ ଶିଶିର ବେହେରା (୫୨) ଶୋଇଥିବା ବେଳେ କୌଣସି ବିଷାକ୍ତ ସାପ କାମୁଡି ଦେଇଥିଲା ।

ତାଙ୍କୁ ତୁରନ୍ତ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ଅଣାଯାଇଥିଲା ମାତ୍ର ଡାକ୍ତରଙ୍କ ପରାମର୍ଶ ଅନୁଯାଇ ଅନୁଗୋଳ ଡାକ୍ତରଖାନା ନିଆ ଯାଇଥିଲା ଏବଂ ସେଠାରେ ଡାକ୍ତର ପୁଷ୍ପଲତା ଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଅଧିକ ଚିକିତ୍ସା ପାଇଁ ଶିଶିରଙ୍କୁ କଟକ ରେଫର କରିଥିଲେ ଏବଂ ଶିଶିର ବର୍ତମାନ ସୁଦ୍ଧା ଗୁରୁତର ଥିବା ସୂଚନା ।

new life
You might also like
error: Content is protected !!