News
WhatsApp Image 2023-10-04 at 17.25.00
samparksetu

୨୨ ତାରିଖରୁ କାଉଡ଼ି ଯାତ୍ରା ଆରମ୍ଭ ,ପ୍ଲାଷ୍ଟିକ ପାତ୍ରରେ ପାଣିକୁ ବାରଣ

ପ୍ରସିଦ୍ଧ ଶୈବପୀଠ କପିଳାସରେ ଚଳିତ ଶ୍ରାବଣମାସ ଜୁଲାଇ ୨୨ ତାରିଖରୁ କାଉଡ଼ି ଯାତ୍ରା ଆରମ୍ଭ ହେବାକୁ ଯାଉଛି । ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର କପିଳାସ ପୀଠ ସହିତ ଜିଲ୍ଲାର ପ୍ରମୁଖ ଶୈବପୀଠରେ ଜଳାଭିଷେକ ଅନୁଷ୍ଠିତ ହେବ । ଶ୍ରାବଣ ମାସର କାଉଡ଼ି ଯାତ୍ରା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳ ସପନ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜଳାଭିଷେକ ନିମନ୍ତେ କାଉଡ଼ିଆ ମାନେ ପ୍ଲାଷ୍ଟିକ ପାତ୍ର ବା ଢାଳରେରେ ପାଣିନଆଣି ମାଟି କିମ୍ବା ଧାତୁ ନିର୍ମିତ ଢାଳରେ ପାଣି ଆଣି ଜଳାଭିଷେକ କରିବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେହିପରି ସମସ୍ତ ଶୈବପୀଠର ପ୍ଲାଷ୍ଟିକ ବୋତଲ ଏବଂ ଗ୍ଲାସ ବ୍ୟବହାରକୁ ନିଷିଦ୍ଧ କରାଯାଇଛି । କପିଳାସ ପୀଠରେ ଗାଡି ପାର୍କିଂ ପାଇଁ ଧାର୍ଯ୍ୟ ଦେୟଠାରୁ ଅଧିକ ଆଦାୟ କରିବାର ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ବୈଠକ ଆରମ୍ଭରେଦେବୋ ର ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠି କାଉଡି ଯାତ୍ରା ଅନୁଷ୍ଠାନ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ନଦୀବଢିକୁ ଦୃଷ୍ଟିରେରଖି କାଉଡିଆମାନେ ସୁରକ୍ଷା ନିମନ୍ତେ ସମସ୍ତ ଜଳ ଘାଟରେ ବାରିକେଟିଙ୍ଗ ଓ ଳାଇଟ ବ୍ୟବସ୍ଥ କରାଯିବ । କାଉଡ଼ିଆ ଯାତ୍ରାନିମନ୍ତେ କପିଳାସ ପୀଠରେ ସମ୍ପୁର୍ଣ୍ଣ ପାବଛ ରାସ୍ତାକୁ ସଫାସୁତରା କରାଯିବା ସହିତ ଅଧିକ ଆଲୋକ ବ୍ୟବସ୍ଥା କରାଯବି । ସମସ୍ତଶୈବପୀଠ ଗୁଡିକରେଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ଆରକ୍ଷୀ ମୁତୟନ ସହିତ କପିଳାସ ରାସ୍ତାରେ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ । କପିଳାସ ଠାରେ ସାପ ଧରାଳି ସଜାଗ ରହିବେ ।

କାଉଡ଼ିଆମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଆଶୁ ଚିକିତ୍ସା ସହିତ ୨ଟି ଆମ୍ବୁଲାନ୍ସ ମୁତୟନ କରାଯିବ । ପ୍ରତି ଜଳାଭିଷେକ ପରେ କପିଳାସ ସମେତ ସମସ୍ତ ଶୈବ ପୀଠକୁ ପରିଷ୍କାର ପରିଛନ୍ନ କରାଯିବ ବୋଲି ଜଣାଯାଇଛି ।

new life
You might also like
error: Content is protected !!