News
WhatsApp Image 2023-10-04 at 17.25.00
samparksetu

ଶାବଳରେ ମାଡ଼ରେ ଶ୍ରମିକ ଙ୍କ ଗୋଡ଼ ଭାଙ୍ଗିଲା

ଭୁବନ ଥାନା ଚନ୍ଦାରରେ ଶୁକ୍ରବାର ଅପରାହ୍ନ ୫ଟା ବେଳକୁ ଘଟିଛି ଏକ ଅମାନୁଷିକ ଘଟଣା। ଶାବଳରେ ମାଡମାରି ଜଣେ ଶ୍ରମିକଙ୍କ ଗୋଡଭାଙ୍ଗି ଦେଇଛନ୍ତି। ଘର ମାଲିକଙ୍କ ୧୧ଭରି ସୁନା ଓ ୧.୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଏତଲା ହୋଇଛି ।

ଏତଲା ଅନୁଯାୟୀ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ପୋଲିସ ଭୟରେ ଚନ୍ଦାର ହରିଜନ ସାହିର ବୁଢା ମଲ୍ଲିକଙ୍କ ପରିବାର ସହ ପଡୋଶୀ ୧୬ ଜଣ ପୁରୁଷ ମହିଳା ଏବେ ଫେରାର ହୋଇଯାଇଛନ୍ତି । ତେବେ ପୈତୃକ ଜାଗା ରେ ପାଚେରୀ ଦେବାକୁ ନେଇ ବହୁ ବାର ଉଭୟ ପକ୍ଷ ଭୁବନ ଥାନା ର ଦ୍ବାରସ୍ଥ ହୋଇଥିଲେ । ପୋଲିସ ପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଏଭଳି ଘଟଣା ଘଟିଲା ବୋଲି ସାଧାରଣ ରେ ଆଲୋଚନା ହେଉଛି।

୨ପକ୍ଷ ଙ୍କ କଳିଗୋଲରେ ଜଣେ ଗରିବ ନିରୀହ ଶ୍ରମିକ ଏବେ ଜୀବନ ଜିଁବା ପାଇଁ ଲଢେଇ କରୁଛନ୍ତି ଡାକ୍ତରଖାନା ରେ । ଘଟଣା ଦିନ ଏହି ଶ୍ରମିକ ଜଣକ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ୪୫ମିନିଟରୁ ଅଧିକ ସମୟ ପଡ଼ି ରହି ଯନ୍ତ୍ରଣା ଭୋଗ କରିଥିଲେ। ଘଟଣାରେ ଘର ମାଲିକ ଙ୍କ ପୁଅ ବୋଦ୍ଧିମନ୍ତ ଏତଲା କ୍ରମେ ୩୪୫/୨୪ ରେ ୧୬ଜଣ ପୁରୁଷ ମହିଳା ଙ୍କ ନାମ ରେ କେସ ରୁଜୁ ହୋଇଛି।

new life
You might also like
error: Content is protected !!