News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ରେ ଫେଲ ମାରିଛି ଆବାସ ଯୋଜନା

ଢେଙ୍କାନାଳ ଜିଲ୍ଲାରେ ଆଣ୍ଠେଇଛି ଆବାସ ଯୋଜନା ।ଏହାର ଜ୍ୱଳନ୍ତ ଉଦାହରଣ ଦେଖାଯାଇଛି ହିନ୍ଦୋଳ ବ୍ଲକର ଗିରିଧରପ୍ରସାଦର ଭିଙ୍ଗିରା ଗ୍ରାମରେ । ସୂଚନା ଅନୁଯାୟୀ , ଭିଙ୍ଗିରା ଗ୍ରାମ ଜୁଆଙ୍ଗ ସାହିର ମଙ୍ଗୁଳୁ ପ୍ରଧାନ ଓ ସ୍ତ୍ରୀ କୁମ ପ୍ରଧାନ ଦିନମଜୁରିଆ ଭାବରେ କାମ କରି ଗୁଜୁରାଣ ମେଣ୍ଟାଉଥିବା ବେଳେ ଆବାସ ଯୋଜନାରେ ଘରଟିଏ ପାଇଁ ବାରମ୍ବାର ପଂଚାୟତ ଅଫିସ ବ୍ଲକ ଅଫିସ ଚକ୍କର ମରିବା ସତ୍ତ୍ୱେ ଫେଲ ମାରି ନିଜ ଝାଟିମାଟି ଘରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ।

ପଂଚାୟତ ହେଉ କି ବ୍ଲକ ହେଉ କୌଣସି ଦଳୀୟ ସମର୍ଥକ ନୁହନ୍ତି ବୋଲି ରାଜନୈତିକ ଆକ୍ରୋଶର ଶିକାର ହୋଇ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଭୋଟ ହାତେଇ ସରିଲା ପରେ ନେତାମାନେ ଆଉ ବିଚରା ମଙ୍ଗୁଳୁ ମାନଙ୍କ ଭଳି ଭୋଟରଙ୍କୁ ପଚାରୁ ନାହାନ୍ତି । ଫଳରେ ଝାଟିମାଟି ଘର ମରାମତି କରି ନପାରି ମୁଣ୍ଡ ଗୁଞ୍ଜିବାକୁ ପରଦ୍ୱାର ହେବା ସହ ସ୍ୱଚ୍ଛ ଭାରତ ମିଶନରେ କରିଥିବା ପାଇଖାନା ଘରେ ସ୍ୱାମି ସ୍ତ୍ରୀ ପାଳି କରି ଆଶ୍ରୟ ନେଉଛନ୍ତି ।

ସନ୍ତାନ ହୀନ ମଙ୍ଗୁଳୁ ଓ କୁମ ଆଶ୍ରୟ ନେଉଥିବା ସ୍ଥାନରେ ବନ୍ୟଜନ୍ତୁ ଓ ହାତୀର ଭୟ ମଧ୍ୟ ଥିବାରୁ ଭଗବାନଙ୍କ ଉପରେ ଭାଗ୍ୟକୁ ଛାଡି ଅଢେଇ ଫୁଟିଆ ପାଇଖାନା ରେ ଉଭୟ ସ୍ୱାମୀ ସ୍ତ୍ରୀ ଆଶ୍ରୟ ନେଉଛନ୍ତି । ଏଣୁ ତୁରନ୍ତ ମଙ୍ଗୁଳୁ ପ୍ରଧାନ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନ ସ୍ଥାନୀୟ ଜନତା ଦାବି କରୁଛନ୍ତି ।

new life
You might also like
error: Content is protected !!