News
WhatsApp Image 2023-10-04 at 17.25.00
samparksetu

ବାଘ ଆକ୍ରମଣରେ ମହିଳା ଗୁରୁତର ଆହତ

ମହାବିରୋଡ ରେଞ୍ଜରେ କଲରାପତରିଆ ବାଘ ଆତଙ୍କ।ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ସୁଚନା। । ଆହାତ ମହିଳା ଜଣକ ହେଲେ ମହାବିରୋଡ଼ ଥାନା ବ୍ରାହ୍ମଣଧରା ଗ୍ରାମର ପୁଇନ ନାୟକ ବୟସ (୪୫) ।

ସୁଚନା ମୁତାବକ ,ଆଜି ଅପରାହ୍ନ ୧୨ ଘଟିକା ସମୟରେ ମହିଳା ଜଣକ ଏବଂ ତାଙ୍କ ସହ ଗ୍ରାମର ଦୁଇଜଣ ମିଶି ପଙ୍ଗାତିରା ସେକ୍ସନ ବ୍ରାହ୍ମଣଧରା ଗ୍ରାମ୍ୟ ଜଙ୍ଗଲକୁ ମହିଳା ଛେଳି ଚରାଇବା ପାଇଁ ଯାଇଥିଲେ। ଛେଳି ଚରାଉଥିବା ବେଳେ ଏକ କଲରାପତରିଆ ବାଘ ହଟାତ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ମହିଳାଙ୍କ ଚିତ୍କାର ଶୁଣି ସାଥିରେ ଥିବା ଅନ୍ୟ ଦୁଇଜଣ ଧାଇଁ ଆସିବାରୁ ବାଘଟି ମହିଳା ଜଣକୁ ଛାଡି ପଳାଇଥିଲା। ସାଥି ଦୁଇଜଣ ମହିଳାଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ। ଏବଂ ବନବିଭାଗ ଖବର ପାଇ ଗ୍ରାମରେ ପହଞ୍ଚି ମହିଳାଙ୍କୁ ଚିକିତ୍ସା ନିମନ୍ତେ ପରଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ମହିଳାଙ୍କ ଦୁଇ କାନ୍ଧ,ଛାତି ଓ ଜଘଂରେ ଗଭିର ଆଘାତ ଲାଗିଥିବା ଜଣାପଡିଛି। ବର୍ତ୍ତମାନ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥ ସ୍ଥିର ଅଛି। ବନ ବିଭାଗ ତରଫରୁ ବ୍ରାହ୍ମଣଧରା ଗ୍ରାମରେ ସଚେତନ କରାଯାଉଛି ଓ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ମଧ୍ୟ ସତର୍କ କରାଯାଉଛି । ଏପଟେ ଗ୍ରାମରେ ଜଣେ ମହିଳାଙ୍କୁ ବାଘ ଆକ୍ରମଣ କରିଥିବା ଘଟଣା ଜଣା ପଡିବା ପରେ ବ୍ରାହ୍ମଣଧରା ଗ୍ରାମବାସୀ ଓ ଆଖ ପାଖ ଗାଁ ଗୁଡିକ ଆତଙ୍କିତ ଅବସ୍ଥାରେ ଅଛନ୍ତି।

new life
You might also like
error: Content is protected !!