News
WhatsApp Image 2023-10-04 at 17.25.00
samparksetu

ତିନି ମାସ ହେବ କଲେଜ ଛାତ୍ର ନିଖୋଜ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଜଣେ କଲେଜ ପଢୁଆ ଛାତ୍ର ତିନିମାସରୁ ହେବ ନିଖୋଜ ଥିବାବେଳେ ପରିବାର ବର୍ଗ ନାନା ଆଶା ଓ ଆଶଙ୍କାରେ ରହିଛନ୍ତି । ବାପାମାଙ୍କ ମନରେ ବହୁତ ଆଶା ଆଉ ସ୍ବପ୍ନ ଥିଲା ପୁଅ ଉଚ୍ଚଶିକ୍ଷିତ ହେବ ଆଉ ପାଠପଢା ସରିଗଲେ ପୁଅ ମୋର ଭଲଖଣ୍ଡେ ଚାକିରୀ କରିବ ବୃଦ୍ଧ ବୟସରେ ଟିକେ ଶାନ୍ତିରେ ରହିବେ,ଘରର ସବୁ ଋଣବୋଝ ପରିବାରର ଦୂର ହୋଇଯିବ ଏମିତି କେତେ ସ୍ବପ୍ନ ।

ହେଲେ ମା’ ବାପା ଦେଖିଥିବା ସବୁ ସ୍ବପ୍ନ ସତେ ଯେପରି ସ୍ବପ୍ନ ହୋଇ ରହିଗଲା।ଖବରରୁ ପ୍ରକାଶ ଏଭଳି ଏକ ହୃଦୟଭଙ୍ଗା ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ମହାଲୁଣ୍ଡା ପଞ୍ଚାୟତ କନ୍ତାମିଲା ଗ୍ରାମରେ। ସେହି ଗ୍ରାମର ଲଳିତ ମୋହନ ସାମଲଙ୍କ ପୁଅ ରାକେଶ ସାମଲ ହିନ୍ଦୋଳ ମହାବିଦ୍ୟାଳୟ ଖଜୁରୀଆକଟା ଠାରେ ଯୁକ୍ତ ୩ ପ୍ରଥମ ବର୍ଷରେ ପାଠ ପଢ଼ୁଥିଲା।

ପ୍ରାୟ ୩ ମାସ ତଳେ ସବୁଦିନ ପରି ସେଦିନ ମଧ୍ୟ ସକାଳ ୯:୩୦ ସମୟରେ ସାଇକେଲ ଧରି କଲେଜ୍ ବାହାରି ଯାଇଥିଲା ଓ ବସ ରହିବା ଷ୍ଟପେଜ ପୂର୍ବରୁ ଜଣଙ୍କ ଘରେ ସାଇକେଲ ରଖି କଲେଜ ଯିବାକୁ ଷ୍ଟାଣ୍ଡକୁ ଗଲା ଏବଂ ଆଉ ଫେରିଲାନି ରାକେଶ । ପୁଅର କଲେଜ୍ ଫେରିବା ବାଟକୁ ଚାହିଁ ବସିଥିଲେ ବାପାମା ହେଲେ ପୁଅ ଆଉ ଘରକୁ ଫେରି ନଥିଲା। ପରଦିନ ସକାଳୁ ବହୁତ୍ ଖୋଜାଖୋଜି କରିବା ପରେ ମଧ୍ଯ ପୁଅକୁ ଆଉ ନପାଇବା ପରେ ହିନ୍ଦୋଳ ବାଲିମି ଥାନାର ଦ୍ୱାରସ୍ଥ ହୋଇଥିଲେ ପାରିବାର।ଏପଟେ କଲେଜରେ ତାକୁ କେହି ଦେଖିନଥିବା କୁହନ୍ତି ପରିବାର ଓ କଲେଜ କର୍ତ୍ତୃପକ୍ଷ । ଏପଟେ ବାଲିମି ଥାନା ଅଧିକାରୀ ମାମଲା ରୁଜ୍ଜୁ କରି ରାକେଶ ସାମଲ ଙ୍କୁ ଖୋଜାଖୋଜି କରିବା ସହିତ ପଚରା ଉଚରା ଜାରି ରଖିଛି ଏବଂ ସମସ୍ତ ଦିଗକୁ ଲକ୍ଷରଖି ଅନୁସନ୍ଧାନ ଜାରି ରଖିଛନ୍ତି ।

new life
You might also like
error: Content is protected !!