News
WhatsApp Image 2023-10-04 at 17.25.00
samparksetu

ବମ୍ପା ଜଙ୍ଗଲ ରେ ୩ ବର୍ଷ ର ହାତୀ ଛୁଆର ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ରେ ହାତୀ ଆକ୍ରମଣ ରେ ସାଧାରଣ ମଣିଷ ମୃତ୍ୟୁ ହେବା ଓ ଶିକାରୀ ଆକ୍ରମଣ ରେ ହାତୀ ମୃତ୍ୟୁ ଘଟଣା ଲାଗି ରହିଛି । ଗତକାଲି ହିନ୍ଦୋଳ ବନାଞ୍ଚଳ ବାବନ୍ଧ ସେକ୍ସନ ଅନ୍ତର୍ଗତ ବମ୍ପା ଗ୍ରାମଠାରୁ ଚାରି କିଲୋମିଟର ଦୂର ଏକ ଜଙ୍ଗଲିଆ ସ୍ଥାନରେ ଏକ ଛୁଆ ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା ।

ମୃତ ଅଣ୍ଡିରା ହାତୀ ଛୁଆର ବୟସ ପାଖାପାଖି ୩ ବର୍ଷ ହେବ ବୋଲି ବନବିଭାଗ ଅଧିକାରୀ ମାନେ ପ୍ରକାଶ କରିଛନ୍ତି, ଶୁକ୍ରବାର ହତିଟି ଅସୁସ୍ଥ ହୋଇପଡିଥିବା ବେଳେ ରାତି ହୋଇଯିବାରୁ ତାର ଚିକିତ୍ସା ହୋଇପାରିନଥିଲା । ଗତକାଲି ହାତୀ ଛୁଆର ମୃତଦେହ ପଡ଼ିଥିବା ବେଳେ ବନବିଭାଗ ଅଧିକାରୀ ମାନେ ପହଞ୍ଚି ଥିଲେ ପରେ ହାତୀଟିର ଶବ ବ୍ୟବଚ୍ଛେଦ କରାଯାଇଥିଲା ।

ହାତୀଟିର ମୃତ୍ୟୁ କୃମି ଜନିତ ହୋଇଥିବା ବାବବିଭାଗ ଅଧିକାରୀ ହାହୁଥିବା ବେଳେ ପ୍ରକୃତ କାରଣ ଜଣାପଡ଼ିନାହିଁ । ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ବନ ବିଭାଗ ଏଭଳି ମନ୍ତବ୍ୟ ଦେଉଥିବା ଏବେ ଉପଖଣ୍ଡ ରେ ଆଲୋଚନା ହେଉଛି ।

ସୂଚନା ଅନୁଯାୟୀ , ବାବନ୍ଧ ସେକ୍ସନ ଅଞ୍ଚଳ ରେ ୧୨ଟି ହାତୀ ଚଳପ୍ରଚଳ କରୁଥିବା ଜଣାପଡିଛି, ସେମାନଙ୍କ ମଧ୍ୟରୁ ଏକ ଛୁଆ ହାତୀ ଶୁକ୍ରବାର ଦଳରୁ ଅଲଗା ହୋଇଯାଇଥିଲା, ତେଣୁ ହାତୀଟିର ଶାରୀରିକ ଅସୁସ୍ଥତା ଥିବା ନେଇ ସନ୍ଦେହ ପ୍ରକାଶ କରି ବନଖଣ୍ଡ ଅଧିକାରୀ ଙ୍କ ସହିତ ହିନ୍ଦୋଳ ପ୍ରାଣୀ ଚିକିତ୍ସକ କପିଳାସ ଚିଡିଆଖାନା ପ୍ରାଣୀ ଚିକିତ୍ସାକ ଟିମ ଘଟଣା ସ୍ଥଳରେ ପହଂଚି ହାତୀର ଗତିବିଧି ଉପରେ ନଜର ରଖିଥିଲେ ପ୍ରଥମେ ହତିଟି ବୋମା ଚୋବାଇ ଦେଇଥିବା ସନ୍ଦେହ କରାଯାଉଥିବା ବେଳେ ରାତି ପର୍ଯ୍ୟନ୍ତ ହାତୀଟିର ସନ୍ଧାନ ଅଧିକାରୀ ମାନେ ପାଇ ପାରିନଥିଲେ, ଶନିବାର ସକାଳୁ ଟ୍ରାଙ୍କୁଲାଇଜର ଟିମ ସହିତ ବନବିଭାଗ ଅଧିକାରୀ ମାନେ ପହଂଚି ହାତୀଟିକୁ କାବୁକରିବା ପାଇଁ ଚେଷ୍ଟା କରିଥିବା ବେଳେ ବିଫଳ ହୋଇଥିଲେ ।

କିଛି ସମୟ ପରେ ନିକଟସ୍ଥ ଏକ ଜଙ୍ଗଲ ଜାଗାରେ ହାତୀର ମୃତଦେହ ଦେଖିବାକୁ ମିଳିଥିଲା, ଏବେ ହାତୀ ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟା ସତ୍ୟ ଜଣାପଡିବ ବୋଲି ବନବିଭାଗ ଅଧିକାରୀ ମାନେ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!